ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ : ନିର୍ବାଚନ ପାଇଁ କର୍ମକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଲେ ଦଳର ନେତୃତ୍ଵ।
ଆଠଗଡ଼ ତା ୫-୮-୨୩ ଆଠଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପରିବର୍ଦ୍ଧିତ ବିଜୁଜନତା ଦଳ କାର୍ଯ୍ୟ କାରିଣୀ ବୈଠକ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଙ୍କ ସଭାପତିତ୍ବରେ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହି କର୍ମକର୍ତ୍ତା ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।ଦଳ ପକ୍ଷରୁ ରାଜନୈତିକ, ଅର୍ଥନୈତିକ,କୃଷକ ସଶକ୍ତି କରଣ ମହିଳା ସଶକ୍ତିକରଣ,ଯୁବ ଛାତ୍ର ସଶକ୍ତିକରଣ, ପ୍ରମୁଖ ୫ ଟି ସଂକଳ୍ପ ପାରିତ ହୋଇଥିଲା। କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲଳିତେନ୍ଦୁ ସେନାପତି, ପଦିପ୍ତ ଦାସ, ଆଠଗଡ଼ କୃଷକ ବିଜେଡି ସଭାପତି ସୁବାସ ପାଳ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ମୀତାଲି ରାଉତ, ଆଠଗଡ଼ ବିଜେଡି ଛାତ୍ର ସଭାପତି ସତ୍ୟପ୍ରିୟ ମହାନ୍ତି, ଓକିଲ ସତ୍ୟନ ପଣ୍ଡା, ଫେରି କଲଚର ନିଗମର ଅଧ୍ୟକ୍ଷ ଭାଗୀରଥି ନନ୍ଦ, ମନୋରଞ୍ଜନ ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ନରେନ୍ଦ୍ର ସାହୁ, ଶେଖ୍ ଶାହାଜାନ, ତିଗିରିଆ ମହିଳା ବିଜେଡି ସଭାପତି ରୂପା ଦଳେଇ, ଜିଲ୍ଲା ମହିଳା ବିଜେଡ଼ି ସମ୍ପାଦିକା ମଧୁମିତା ସେଠୀ,ଶିବସଙ୍କର ଜେନା, ପ୍ରମୁଖ ପ୍ରସ୍ତାବ ଗୁଡିକୁ ଆଗତ ଓ ସମର୍ଥନ କରିଥିଲେ।
ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ବିଧାୟକ ଦେବିରଞନ ତ୍ରିପାଠୀ, ବିଧାୟକ ଚନ୍ଦ୍ର ସାରଥି ବେହେରା, ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟଖ୍ୟା ସୁଭଦ୍ରା ଦାସ ପ୍ରମୁଖ ଉଦବୋଧନ ଦେଇ ନବୀନ ବାବୁଙ୍କ ନେତୃତ୍ଵରେ ବିଜୁଜନତା ଦଳର ବିଜୟଧାରାକୁ ବଜାର ରଖିବା ପାଇଁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ନେତୃତ୍ବରେ ଆଜିର କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ଙ୍କ ସମେତ ଆଗ ଧାଡିର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
