ସୋର, ୫/୮ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ୱାନ କ୍ରମେ ସୋର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଆଜି ଅପରାହ୍ନରେ ଏକ ୩ ଦଫା ଦାବୀପତ୍ର ସୋର ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋର ଆଶ୍ରମ ଛକରୁ ପ୍ରାଥମିକ ଶିକ୍ଷକ ସଙ୍ଘ ର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସୋର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ତିନି ଦଫା ଦାବି ଗୁଡିକ ମଧ୍ୟରେ ଛଅ ବର୍ଷ ଶିକ୍ଷା ସମୟକୁ ମୂଳ ଚାକିରୀରେ ଗଣନା କରିବା ସହିତ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା ସହିତ ଏକ୍ସ କ୍ୟାଡର ଉଛେଦ କରି ଗଣଶିକ୍ଷକ ମାନଙ୍କୁ ଏଲିମେଣ୍ଟାରୀ କ୍ୟାଡର ଭୁକ୍ତ କରିବା ସଂଗେସଂଗେ କଳା ଏବଂ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ପୁରୁଣା ପେନସନ ପୁନଶ୍ଚ ଲାଗୁ କରିବା ଆଦି ଦାବୀନେଇ ଦାବୀପତ୍ର ପ୍ରଦାନ କରାଯାଇଛି .ଏଥି ଅଗଷ୍ଟ ପନ୍ଦର ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ ସହିତ ଆଗାମୀ ୧୬ ତାରିଖ ରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଧ ଆନ୍ଦୋଳନରେ ବାଧ୍ୟ ହୋଇ ସାମିଲ ବୋଲି ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଫେଡେରେସନର ବ୍ଲକ ସମ୍ପାଦକ ରମାକାନ୍ତ ମହାନ୍ତି ଏବଂ ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ସଭାପତି ମହେଶ୍ୱର ବେହେରାଙ୍କ ପ୍ରତକ୍ଷ ତତ୍ୱାବଧାନରର ଅନୁଷ୍ଠିତ ହୋଇଥିବା ବେଳେ ପ୍ରାଥମିକ ସଙ୍ଘ ସଭାପତି ପ୍ରହ୍ଲାଦ କୁମାର ନାୟକ, ଉପସଭାପତି ଜିତେନ୍ଦ୍ର କୁମାର କର, କମଳିନୀ ଶିଅଳ, କମଳାକାନ୍ତ ପାଣିଗ୍ରାହୀ, ମଧୁସୂଦନ ରାଉତ, ରବୀନ୍ଦ୍ର ଦାସ, ମାନସ ରଞ୍ଜନ ଦାସ, ଗୋପୀନାଥ ରାଉତ, ରାଜରାଣୀ ଜେନା, କାଶୀନାଥ ମହାରଣା, ଅକ୍ଷୟ ଖଟୁଆ ପ୍ରମୁଖ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଦାବିପତ୍ର ପ୍ରଦାନ କରିଥିଲେ।
