ଵ୍ରହ୍ମପୁର, ୧୯/୬ ବଡବ୍ଜ଼ାର ଥାନା ଅନ୍ତର୍ଗତ ଅସ୍କରୋଡରେ ଥିବା ମହାରାଜା ହୋଟେଲ ନିକଟରୁ ଗତ ଜାନୁଆରୀ ୨୬ରେ ଜଣେ ଯାତ୍ରୀଙ୍କ ସୁନାଗହଣା ବ୍ୟାଗ ଚୋରି ହୋଇଯାଇଥିଲା। ସେ ଘଟଣାର ୪ମାସ ପରେ ଗତ ୧୬ ତାରିଖରେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା କହିଛି। ଘଟଣାରୁ ପ୍ରକାଶ ଯେ, ରାୟଗଡା , ମାରୁତି କଲୋନୀର ବିଜୟ କୁମାର ପ୍ରଧାନ ଙ୍କ ସ୍ତ୍ରୀ ଅନିତା ସ୍ୱାଇଁ ତାଙ୍କ ବାପା ଘର ହିଂଜିଳିକାଟୁ ଆସିଥିଲେ। ସେ ଗତ ଜାନୁଆରୀ ୨୬ତାରିଖରେ ଏକ ଅଟୋରେ ଵ୍ରହ୍ମପୁର ଆସିଥିଲେ। ସନ୍ଧ୍ୟାରେ ସେ ଉପରୋକ୍ତ ହୋଟେଲ ନିକଟରେ ଅଟୋରୁ ଓଲ୍ଲାହି ନିକଟସ୍ଥ ଏକ ଦୋକାନରୁ ନିଜ ଛୁଆ ପାଇଁ ବିସ୍କୁଟ କିଣିବାକୁ ଯାଇଥିଲେ। ସେ ଅଟୋ ନିକଟକୁ ଫେରି ଦେଖିବା ବେଳେ ତାଙ୍କର ବ୍ୟାଗଟି ସେଠାରୁ ଗାୟବ ହୋଇଯାଇଥିଲା। ସେଥିରେ ତାଙ୍କର ୩୦ଗ୍ରାମ ଓଜନର ଦୁଇଗୋଟି ସୁନା ଚୁଢ଼ି , ୧୧ଗ୍ରାମର ଏକ ମଙ୍ଗଳସୂତ୍ର, ଦୁଇଟି ମୋବାଇଲ, ଏଟିଏମ କାର୍ଡ, ପାନ କାର୍ଡ ନଗଦ ୨ହଜାର ଟଙ୍କା ରହିଥିଲା । ସେ ଆଖପାଖ ଅଞ୍ଚଳରେ ଖୋଜି ନିରାଶ ହୋଇଯାଇଥିଲେ। ସେ କୌଣସି କାମରେ ରାୟଗଡା ଫେରିଯାଇଥିଲେ। ପରେ ସେ ତୀର୍ଥ କରିବା ପାଇଁ ଚାଲିଯାଇଥିଲେ। ତୀର୍ଥରୁ ଫେରି ସେ ଗତ ୧୬ ତାରିଖରେ ବଡବ୍ଜ଼ାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୨୧୧/୨୩ ରେ ଏକ ମାମଲା ରୁଜୁ କରିଛି।