ବ୍ରହ୍ମପୁର ୧୩ା୫ – ଜିଲା ଜଜ କୋର୍ଟ ପରିସରରେ ଆଜି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟିତ ହୋଇଛି। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କଟକ ସ୍ଥିତ ରାଜ୍ୟ ଜୁଡିସିଆଲ ଏକାଡେମୀରୁ ଆଭାସିରେ ଉଦ୍ଘାଟନ କରିଥିଲେ। ତାଙ୍କ ସହ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ଓଡିଶା ଜୁଡ଼ିସିଆଲ ଏକାଡେମୀରେ ଉପସ୍ଥିତ ଥିଲେ। ବ୍ରହ୍ମପୁରରେ ଖୋଲିଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମୀରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ପ୍ରମୁଖ ଜିଲାର ଜୁଡିସିଆଲ ଅଫିସରମାନେ ତାଲିମ ନେବେ ବୋଲି ଜଣାପଡିଛି।। ବ୍ରହ୍ମପୁର ସ୍ଥିତ ଜିଲା ଓ ଦୌରାଜଜ କୋର୍ଟ ପରିସରରେ ଉଦ୍ଘାଟନ ବେଳେ ଉଚ୍ଚନ୍ୟାୟାଳୟର ଜଷ୍ଟିସ ଦେବବ୍ରତ ଦାସ, ଜିଲା ଓ ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା, ରେଜିଷ୍ଟ୍ରାର ସୁଶାନ୍ତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ କୋର୍ଟର ବିଚାରପତି ଓ ଗଞ୍ଜାମ ଓକିଲ ସଂଘର ସଭାପତି ମିନତୀ ରଥ, ସମ୍ପାଦକ ଶିବ ନାରାୟଣ ସାହୁ , ସହ ସମ୍ପାଦକ ତାପସ କୁମାର ସାହୁ, ଉପ ସଭାପତି ଭି , ଚନ୍ଦ୍ର ଶେଖର ସମେତ ବହୁ ବରିଷ୍ଠ ଆଇନ୍ଜୀବୀମାନେ ଉପସ୍ଥିତ ଥିଲେ। ଏହାସହ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ୍ ପ୍ରମୁଖ ଉପସ୍ଥିତ ଥିଲେ।