Odisha news

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୨୭୭ ମାମଲା ଫଇସଲା

0
ବ୍ରହ୍ମପୁର,୧୩ା୫ – ବ୍ରହ୍ମପୁର କୋର୍ଟ ପରିସରରେ ଶନିବାର ଅନୁଷ୍ଠିତ ଲୋକ ଅଦାଲତରେ ୧୨୭୭ଟି ମାମଲାର ଫଇସଲା ହୋଇଛି। କ୍ଷତିପୂରଣ ବାବଦକୁ ୮ କୋଟି ୨୧ ଲକ୍ଷ ୬୫ ହଜାର ୮୮୦ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଜିଲା ଓ ଦୌରା ଜଜ ଆନନ୍ଦ ଚନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ଏହି ଲୋକ ଅଦାଲତରେ ୪ଟି ବେଞ୍ଚର ଆୟୋଜନ କରାଯାଇଥିଲା। ଏଥିରେ ୮୪ଟି ମୋଟର ଯାନ ଦୁର୍ଘଟଣା ସଂକ୍ରାନ୍ତୀୟ ଆଇନ୍‌ର ଫଇସଲା କରାଯାଇ ବୀମା କମ୍ପାନୀକୁ ୪ କୋଟି ୯୪ ଲକ୍ଷ ୩୨ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ୨୭ଟି ଏନ୍‌ଆଇ(ନେଗୋସିଏବୁଲ ଇନ୍‌ଷ୍ଟ୍ରୁମେଣ୍ଟ) ମାମଲାର ଫଇସଲା କରାଯାଇ ୭୪ ଲକ୍ଷ ୯୨ ହଜାର ୫୪୬ ଟଙ୍କା ଆଦାୟ ପାଇଁ ନିର୍ଦେଶ ଦିଆଯାଇଥିଲା। ୪୪ଟି ବିବାହ ସମ୍ପର୍କିତ ମାମଲା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଛି। ବ୍ୟାଙ୍କ ମାମଲାର ସମାଧାନ କରାଯାଇ ୨ କୋଟି ୨୧ ଲକ୍ଷ ୭୪ ହଜାର ୭୩୨ ଟଙ୍କା ଆଦାୟ କରାଯାଇଛି। ୪୪ଟି ଦେୱାନୀ ମାମଲାର ବିଚାର କରାଯାଇ ୯ ଲକ୍ଷ ୧୬ ହଜାର ୬୦୨ ଟଙ୍କା ଆଦାୟ କରାଯାଇଛି। ୮୦୭ଟି ଅନ୍ୟାନ୍ୟ ଫୌଜଦାରୀ ମାମଲାର ଫଇସଲା କରାଯାଇ ୨୦ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ୧୭ଟି ଫୌଜଦାରୀ କମ୍ପାଉଣ୍ଡେବୁଲ ମାମଲାର ବିଚାର କରାଯାଇ ଏକ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଛି। ଏହି ଲୋକ ଅଦାଲତରେ ଜିଲା ଜଜ ଆନନ୍ଦ ଚନ୍ଦ୍ର ବେ‌େହ‌ରାଙ୍କ ସମେତ ପ୍ରଥମ ଅତିରିକ୍ତ ଜିଲା ଓ ଦୌରା ଜଜ ଡ. ଇନ୍ଦୁ ଶର୍ମା, ୩ୟ ଅତିରିକ୍ତ ଜିଲା ଓ ଦୌରା ଜଜ ରାଜ କୁମାର ଦାଶ, ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି ଓ ଆଇନ୍‌ଜୀବୀ ଉପସ୍ଥିତ ଥିଲେ। ସିଭିଲ କୋର୍ଟର ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ଲୋକ ଅଦାଲତର ପରିଚାଳନା କରିଥିଲେ।

Leave A Reply