Odisha news

ଠାକୁରାଣୀ ଯାତ୍ରା, ୧୦ମ ଦିନ ରେ ମା ସାହି ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

0
ବ୍ରହ୍ମପୁର :  ବ୍ରହ୍ମପୁର ବିଶ୍ବ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ର ଆଜି ୧୦`ମ ଦିନ। ମା ବୁଢୀ ସାମନ୍ତାଣୀ ସାହି ସାହି ବୁଲି ଭକ୍ତଙ୍କ ମାନସିକ କରି ଥିବା ଭକ୍ତ ଙ୍କୁ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଦର୍ଶନ ଦେଉଛନ୍ତି। ମାନସିକ ଧାରୀ ଭକ୍ତ ମାନଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ବେଳେ ଦୁଇ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଯାତ୍ରା ରେ ମା ଙ୍କୁ ଦର୍ଶନ ପାଇଁ ଅସହ୍ୟ ଗରମ ଓ ଗୁଳୁଗୁଳି ରେ ପିଲା ଛୁଆ ଙ୍କୁ ଧରି ମା ଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।
ପ୍ରଭୁ କୃପା ଲାଭ କରି ଭକ୍ତଙ୍କ ତାଙ୍କ ଦୁଃଖ ଜଣାଇବା ପାଇଁ ଆସିଥିବା ଦେଖିବାକୁ ମିଳିଛି।
ପ୍ରତିଦିନ ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ ନିତି କାନ୍ତି ଅନୁଯାୟୀ ପୂଜା ଅର୍ଚ୍ଚନା ଓ ଆରତି ପରେ ମା ସାଧାରଣ ଭକ୍ତଙ୍କ ନିମନ୍ତେ ଦର୍ଶନ ଆରମ୍ଭ କରାଯାଉଛି। ବିଶ୍ବପ୍ରସିଦ୍ଧ ଏହି  ଠାକୁରାଣୀ ଯାତ୍ରାରେ ମା ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମାଙ୍କ ଘଟ ପରିକ୍ରମା କରି ବା ପାଇଁ ଆଜି ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରଜାଗୋର୍ଜି ମହୁରୀ ରାଜବାଟି ଠାରେ ରାଜ ପରିବାର ପକ୍ଷରୁ ମା ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପରେ ଗୁଡ ଗୋର୍ଜି,ପନ୍ଦରା ସାହି, ଜାମୁନିଆ ବନ୍ଧ ସାହି, କଂସାରୀ ସାହି,ଖଣ୍ଡିଆକୁମୁଟି ସାହି,ନୂଆଁ କାଳୁପାତ୍ର ସାହି, ସାର୍ଗୁଣା ସାହି, ସୀତାରାମ ସାହି ଓ ଗୁଡ ଗୋର୍ଜି
ଦେଇ ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହେଉ ଥୀବା ଏହି ଯାତ୍ରା ରେ ମା ଙ୍କୁ ଦର୍ଶନ କଲେ ମାନସିକ ପୁରଣ ହୋଇ ଥାଏ ବୋଲି ସମସ୍ତ ଙ୍କ ବିଶ୍ୱାସ ରହିଛି। ତେଣୁ ଏହି ଯାତ୍ରାକୁ ଦେଖିବା ପାଇଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ମାନସିକ ଧାରୀ ଭକ୍ତ ଓ ଜନସାଧାରଣ ଦର୍ଶନ କରିବା ପାଇଁ ଆସିଥିବା ବେଳେ ଆଜି  ଅସ୍ଥାୟୀ ମଣ୍ଡପ ଠାରେ ମା ଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ମିଳିଛି।
Leave A Reply