Odisha news

ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆଜି ମାଙ୍କ ବିଶ୍ରାମ

0
ବ୍ରହ୍ମପୁର :  ଏପ୍ରିଲ ମାସ ୪ ତାରିଖ ଠାରୁ ଆରମ୍ଭ ହୋଇ ମଇ ମାସ ଏକ ତାରିଖ ରେ ଶେଷ ହେବ। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ଯାତ୍ରା ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହିକୁ ଆସି ୨୮ ଦିନ ରହିବେ। ଢୋଲ,ଘଣ୍ଟ,କାହାଳି,ଶଙ୍ଖ ସହ ଏକ ବିରାଟ ପଟୁଆରରେ ପରିବାର ପକ୍ଷରୁ ମା ଙ୍କୁ ରାତି
ପ୍ରାୟ ୧୧ ଘଣ୍ଟ ୫୭ ମିନିଟ ସମୟରେ ଦେଶୀ ବେହେରା ସାହି ସ୍ଥିତ ବାପ ଘରେ ଚିଙ୍ଗୁଡି ପୁଜା ଅର୍ଚ୍ଚନା ପରେ ଦେଶୀ ବେହେରା ସାହି, ନଡିଆ ଗୋର୍ଜି,ଖାସପା ସାହି, ଖରୁଡା ସାହି ଦେଇ ମନ୍ଦିର ରେ ପହଞ୍ଚି ଥିଲେ।  ହଜାର ହଜାର ଭକ୍ତଙ୍କ ଗହଣରେ ସ୍ଥାୟୀ ମନ୍ଦିର ରେ ପହଞ୍ଚି ଫଳ,ପୁଷ୍ପ, ମିଠା ଓ ଫୁଲ ନୈବେଦ୍ୟ ରେ ଭୋଗ ଲାଗି ପରେ ମା ବୁଢୀ ଠାକୁରାଣୀଙ୍କୁ ମସ୍ତକ ରୁ ଫୁଲ ଖସିବା ପରେ ଫୁଲ ଚିଙ୍ଗୁଡି ଧରି ପି ଦେବକୀ
ଅସ୍ଥାୟୀ ମନ୍ଦିରରେ ପହଞ୍ଚି ଥିଲେ। ପ୍ରସିଦ୍ଧ ବ୍ରହ୍ମପୁର ଦ୍ଵିବାର୍ଷିକୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆଜିଠୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।ଦେଶୀ ବେହେରା ତଥା ମା’ଙ୍କ ବାପା କୁହାଯାଇଥିବା ପି. ଦୁର୍ଗା ପ୍ରସାଦ ବିରାଟ ଶୋଭାଯାତ୍ରାରେ ଯାଇ ମା’ଙ୍କୁ ଆମନ୍ତ୍ରଣ କରିଥିଲେ। ଆଜି ରାତି ୧୧.୫୦ ମିନିଟ୍‌ରେ ଦେଶୀ ବେହେରା ପି. ଦୁର୍ଗା ପ୍ରସାଦ ମା’ଙ୍କ ଆବାହନ ପାଇଁ ଉଦ୍ଦିଷ୍ଟ ଇଟମଳା ଫୁଇ ଥିବା ଚାଙ୍ଗୁଡି ଧରି ମା’ଙ୍କ ଶାଶୁ ଘର ଅଭିମୁଖେ ଯାତ୍ରା କରିଥିଲେ ଏବଂ ଭକ୍ତ ଶୋଭାଯାତ୍ରା ଦେଶୀ ବେହେରାଙ୍କ ଘର ସମ୍ମୁଖ ଅସ୍ଥାୟୀ ମଣ୍ଡପରୁ ବାହାରି ନଡ଼ିଆଗୁର୍ଜି ଦେଇ ଖାପ୍ସା ସାହି, ପୁଡି ପେଟିୱାରି ସାହି ଓ ଖରୁଡା ସାହି ଦେଇ ମା’ଙ୍କ ଶାଶୁ ଘର ବଡ଼ ଠାକୁରାଣୀଙ୍କ ମନ୍ଦିରେ ପହଞ୍ଚିଥିଲେ । ଏହି ଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡି କରାଯିବା ସହ ମା’ଙ୍କ ଶୋଭାଯାତ୍ରାରେ ରାତି ୨.୧୦ମିନିଟ୍ ପରେ ମା’ଙ୍କ ମସ୍ତକରୁ ଫୁଲ ଖସିବା ପରେ ତାଙ୍କୁ ବିଭିନ୍ନ ପୂଜାର୍ଚ୍ଚନା ପାରମ୍ପରିକ ରୀତିରେ କରାଯାଇ ମା’ଙ୍କୁ ନେଇ ଅସ୍ଥାୟୀ ମଣ୍ଡପ ଅଭିମୁଖେ ବିରାଟ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ଖରୁଡ଼ା ସାହି, ପୁଡି ପେଡ଼ିଆରି ସାହି, ଖାସ୍ପାସାହି, ନଡ଼ିଆଗୁର୍ଜି ଦେଇ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଥିଲେ । ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ବ୍ରହ୍ମପୁର ଏସ୍‌ପି ଡ଼. ସର୍ବଣା ବିବେକ ଏମ୍‌ ଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ, ୫୦ରୁ ଉର୍ଦ୍ଧ ମୁତୟନ ହୋଇଥିଲେ।
ଯାଉଥିବା ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ଯାନବାହାନ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଯାତ୍ରା ଅବସରରେ ଆଜି ଅସ୍ଥାୟୀ ମନ୍ଦିର ରେ ମା ବିଶ୍ରାମ ନେବେ ଓ ଆସନ୍ତା କାଲି ଠାରୁ ଫୁଲ ଚିଙ୍ଗୁଡି ରୁ ଘଟ ରେ ପରିବର୍ତନ ପରେ ଘଟ ଓ ପାର୍ଶ୍ବ ଘଟ ଧରି ସାହି ପରିକ୍ରମା କରିବେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ଆଜି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯିବ। କୋଉ ଦିନ ଘଟ ପରିକ୍ରମା କରାଯିବ ତାହା ପରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ୨୮ ଦିନ ଧରି ଚାଲିବ ଏହି ଯାତ୍ରା ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାକୁ ଉତ୍ସବ ମୁଖରିତ କରିବ।
Leave A Reply