ବ୍ରହ୍ମପୁର : ସର୍ବନିମ୍ନ ଦରମା ୨୬ ହଜାର ଓ ପେନସନ ୧୦ ହଜାର କର ,ଶ୍ରମିକ ବିରୋଧୀ ଲେବର କୋଡ ବାତିଲ କର, ଫସଲର ଲାଭଜନକ ଦରପାଇଁ ଆଇନ ପ୍ରଣୟନ କର, ନିଯୁକ୍ତି ଦିଅ,ଦରବୃଦ୍ଧି ନିୟନ୍ତ୍ରଣ କର, ସରକାରୀ ସମ୍ପତ୍ତି ବିକ୍ରୀ ବନ୍ଦ କର ଓ ସମ୍ବିଧାନର ସୁରକ୍ଷା ସମେତ ଜନସାଧାରଣଙ୍କ ଜୀବନ ଜୀବିକା ଦାବିରେ ଆଜି ସିଟୁ, ଏଆଇକେଏସ ଓ ଏଆଇଟିୟୁସି ପକ୍ଷରୁ ଦିଲ୍ଲୀରେ ପର୍ଲ୍ୟାମେଣ୍ଟ ଅଭିଯାନ ଚାଲିଛି।ଏଥିରେ ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ, କୃଷକ ଓ କ୍ଷେତ ମୂଲିଆ ଯୋଗ ଦେଇଛନ୍ତି।
ଏହି ଅଭିଯାନକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ, ରାଲି ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଆଜି ଏହି ତିନି ସଂଗଠନ ପକ୍ଷରୁ କମାପଲି ଛକରୁ ଏକ ଶୋଭାଯାତ୍ରାରେ ଆରଡିସି ଅଫିସ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏଥିରେ ସିଟୁ ଜିଲ୍ଲା ସଭାପତି ପ୍ରତାପ ଚୌଧୁରୀ, କୃଷକ ସଭାର ସଭାପତି ହରି କୃଷ୍ଣ ରେଡି, କ୍ଷେତମୁଲିଆ ସଙ୍ଗଠନର ସମ୍ପାଦକ ବିପିନ ବିହାରୀ ନାୟକ, କୃଷକ ନେତା କୈଳାଷ ଷଡଙ୍ଗୀ, କ୍ଷେତମୁଲିଆ ନେତା ବିଦ୍ୟାଧର ଜେନା, ଶ୍ରମିକ ନେତା ରାମଚନ୍ଦ୍ର ନାୟକ ,ଯୁଧିଷ୍ଠିର ବେହେରା ଓ ମହିଳା ନେତ୍ରୀ ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆରଡିସ ଙ୍କୁ ପ୍ରଦାନ କରିଥିଲେ।