Odisha news

ମହିଳାଙ୍କୁ ଯୌତୁକ ନିର୍ଯାତନା , ଥାନାରେ ମାମଲା

0

ଵ୍ରହ୍ମପୁର  , ୪/୪-  ଜନୈକା ମହିଳା ଶିବାନୀ ସାହୁଙ୍କୁ ତାଙ୍କ ଶଶୁର ଘରେ ଅଧିକ ଯୌତୁକ ଦାବି କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏସଂକ୍ରାନ୍ତରେ ୨୦୩/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି। ଅନ୍ୟପଟେ ନିର୍ଯାତିତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଏତଲା ରେ ଦର୍ଶାଇଛନ୍ତି। ଘଟଣାରୁ ପ୍ରକାଶ ଯେ , ୨୦୧୯ ମସିହାରେ  ଚିକିଟି ପେଣ୍ଠର ଶିବାନୀ ସାହୁଙ୍କୁ ଅଙ୍କୁଶପୁର ଗ୍ରାମର ଦେବ ବେହେରାଙ୍କ ପୁଅ ସୋମନାଥ ବେହେରା ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଏକ ୪ବର୍ଷର ପୁଅ ରହିଛି। ଅଧିକ ଯୌତୁକ ଦାବି କରିବା ସହ ବିଭିନ୍ନ କାରଣକୁ ନେଇ ଶିବାନୀଙ୍କୁ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲା। ଗତ ଫେବୃଆରୀ ମାସରେ ଶିବାନୀଙ୍କୁ ତାଙ୍କ ଶଶୁର ଘର ଲୋକ ମାଡ଼ ମାରି  ଘରୁ ତଡି ଦେଇଥିଲେ। ଅନ୍ୟପଟେ ତାଙ୍କ ୪ବର୍ଷର ପୁଅ କୁ ନେବାକୁ ମନା କରିଦେଇଥିଲେ। ସେ ପୁଅକୁ ଆଣିବାକୁ ରବିବାର  ତାଙ୍କ ଶଶୁର ଘରକୁ ଯାଇଥିଲେ। ହେଲେ ପୁଣିଥରେ ତାଙ୍କ ସ୍ୱାମୀ ଓ ଶଶୁର ତାଙ୍କୁ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ। ପରେ ମହିଳା ଜଣଙ୍କ ସଦର ଥାନାକୁ ଆସି ଏନେଇ  ଅଭିଯୋଗ କରିଥିଲେ।

Leave A Reply