Odisha news

ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ

0
ବ୍ରହ୍ମପୁର  : ବ୍ରହ୍ମପୁର ର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ନିମନ୍ତେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ଚଳ ଚଞ୍ଚଳ ହୋଇ ଉଠିଛି। ଦେଶୀ ବେହେରା ବାପ ଘର ପକ୍ଷରୁ ଠାକୁରାଣୀ ମନ୍ଦିର ଶାଶୁ ଘରକୁ ଯାଇ ମା ଙ୍କୁ  ନିମନ୍ତ୍ରଣ କରାଯାଇଛି। ବଡ ଠାକୁରାଣୀ ଙ୍କ ମନ୍ଦିର ଓ ପରେ ସାନ ଠାକୁରାଣୀ ମନ୍ଦିର କୁ ଯାଇ ବାପ ଘର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଆଜି ମା ଚାଲିଯିବେ ବାପ ଘରକୁ। ବ୍ରହ୍ମପୁରର ବିଶ୍ବ ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଏଥି ନିମନ୍ତେ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ରଙ୍ଗ ବେରଙ୍ଗର ଫୁଲ ସଜା ହୋଇ ଥିବା ବେଳେ ବିଭିନ୍ନ ପ୍ରକାର ଝୋଟି ଚିତା ପଠାଯାଇଛି  ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ଏପ୍ରିଲ ମାସ ୪ ତାରିଖ ଠାରୁ ଆରମ୍ଭ ହୋଇ ମଇ ମାସ ଏକ ତାରିଖ ରେ ଶେଷ ହେବ। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ଯାତ୍ରା ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହିକୁ ଆସି ୨୮ ଦିନ ରହିବେ। ଆଜି ସକଳ  ୯ ଟାରେ ଯାତ୍ରା ନିମନ୍ତେ ଧେଣ୍ଡୁରା ଦିଆଯାଇଥିବା ବେଳେ  ଢୋଲ,ଘଣ୍ଟ,କାହାଳି,ଶଙ୍ଖ ସହିତ
ଏକ ବିରାଟ ପଟୁଆରରେ ପରିବାର ପକ୍ଷରୁ ମା ଙ୍କୁ ନିମନ୍ତ୍ରଣ ନିମନ୍ତେ ସକାଳ ପ୍ରାୟ ୧୧ ଘଣ୍ଟ ସମୟରେ ଦେଶୀ ବେହେରା ସାହି, ନଡିଆ ଗୋର୍ଜି,ଖାସପା ସାହି, ଖରୁଡା ସାହି ଦେଇ ମନ୍ଦିର ରେ ପହଞ୍ଚି ବାପଘର ପକ୍ଷରୁ ଯାତ୍ରା ନିମନ୍ତେ ନିମନ୍ତ୍ରଣ କରି ଥିଲେ ।ଆଜି  ମଧ୍ୟ ରାତ୍ରି ପ୍ରାୟ ୧୧ ଘଣ୍ଟ ୩୦ ମିନିଟ ସମୟରେ ରେ ହଜାର ହଜାର ଭକ୍ତଙ୍କ ଗହଣରେ ସ୍ଥାୟୀ ମନ୍ଦିରରୁ ବାପ ଘର ଅସ୍ଥାୟୀ ମନ୍ଦିର କୁ ଆସି ମା ବୁଢୀ ଠାକୁରାଣୀଙ୍କୁ ଫୁଲ ଖସିବା ପରେ ଫୁଲ ଚିଙ୍ଗୁଡି ଧରି ଅସ୍ଥାୟୀ ମନ୍ଦିର କୁ ଆସିବେ  ବୋଲି ସେ କହିଛନ୍ତି।
Leave A Reply