ବ୍ରହ୍ମପୁର ତା.୨୬।୧୨ : ସୋମବାର ୨୩ ବର୍ଷର ବିଜୁ ଜନତା ଦଳ ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୁଇଁ ପାଲଟିଛି ଓଡ଼ିଶା । ରାଜନିତୀର ଅପରାଧିକରଣ ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ରଙ୍କ ନେତୢତ୍ୱରେ ବ୍ରହ୍ମପୁର ମହାନଗର ଗାନ୍ଧୀନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ “ସତ୍ୟାଗ୍ରହ” ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ରାଜନିତୀରେ ଅପରାଧିକରଣ,ମହିଳାଙ୍କୁ ହିଂସା ଓ ନିର୍ଯ୍ୟାତନା,ବ୍ରହ୍ମପୁର ଏମ୍.କେ.ସି.ଜି.ବଡ଼ ମେଡ଼ିକାଲରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ବେଳେ ହୋମିଓପ୍ୟାଥି ଏବଂ ଆୟୁର୍ବେଦିକ କଲେଜ ଓ ମେଡ଼ିକାଲ୍ ବନ୍ଦ ହେବାକୁ ଯାଉଛି,ଦେଶରେ ଦାଦନ ଖଟିବା ପାଇଁ ଓଡ଼ିଶା ଏକ ନମ୍ୱର ଥିବାବେଳେ ବେରୋଜଗାର ସମସ୍ୟା ଯୋଗୁଁ ଦାଦନ ପାଇଁ ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ଏକ ନମ୍ୱର,ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅପରାଧିକ ଦୌରାତ୍ମ୍ୟ ଦିନକୁ ଦିନ ବୢଦ୍ଧି ପାଇବାରେ ଲାଗିଛି ।
ଆଇନ୍ ଶୢଙ୍ଖଳା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ । ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ । ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ମଧ୍ୟ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ । ଚାଷୀଙ୍କ ପାଇଁ ଧାନ ମଣ୍ଡି ଖୋଲା ଯାଉନାହିଁ । ବ୍ରହ୍ମପୁର ସହରର ରାସ୍ତା ଘାଟ ସମ୍ପୁର୍ଣ୍ଣ କଦର୍ଯ୍ୟ ଥିବା ବେଳେ ମଶା’ର ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ଜନସାଧାରଣଙ୍କ ସ୍ୱରକୁ ନେଇ ପ୍ରତିପକ୍ଷ ଦାବୀ ଜଣାଇଲେ ସେମାନଙ୍କୁ ଏହି ରାଜ୍ୟ ସରକାର ଆଇନର ଡ଼ର ଦେଖାଉଛନ୍ତି । ରାଜ୍ୟରେ ଚାଲିଥିବା ମହିଳା ଏବଂ ଶିଶୁ ମାନଙ୍କ ଉପରେ ଚାଲିଥିବା ଅପହରଣ,ବଳତ୍କାର ଓ ହତ୍ୟା ଭଳି ଘଟଣାରେ ବିଜେଡ଼ି ନେତା ମାନଙ୍କ ସମ୍ପୢକ୍ତିକୁ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ପାଇଁ କାଳ ବୋଲି ବିଜେପି ନେତା ମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ବିଜେପି ନେତା ଓ କର୍ମୀ ଚାରି ଘଣ୍ଟା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ “ସତ୍ୟାଗ୍ରହ”ରେ ବସିଥିଲେ । ଆଜିର ଏହି “ସତ୍ୟାଗ୍ରହ” କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପ୍ରଶାନ୍ତ କର,ମହନ୍ତ ଚିନ୍ମୟାନନ୍ଦ ଦାସ,ବରିଷ୍ଠ ନେତା ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ଲକ୍ଷ୍ମୀ ନାରାୟଣ ପଣ୍ଡା,ବାଳକୃଷ୍ଣ ସାମନ୍ତରା, ସୁନିଲ କୁମାର ସାହୁ,ଯୁବ ନେତା ଶିବ ଶଙ୍କର ନାୟକ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ୱତୀ, ସାଧାରଣ ସମ୍ପାଦିକା ଅନୁଜାନନ୍ଦ ବିଶ୍ୱାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ଯୁବ ନେତା ସୁଭାଶୀଷ ସାହୁ,ମମତାମୟୀ ରଣା,କର୍ପୋରେଟର୍ ରଞ୍ଜିତା ବେହେରା,ବନିତା ସାହୁ,ପ୍ରଦୀପ ଶତପଥି,ପ୍ରେମଶିଳା ନନ୍ଦ,ପ୍ରବୀର ପାତ୍ର,ଡ଼ା.ରାମହରି ଖଣ୍ଡୁଆଳ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ସରୋଜ ପାତ୍ର,ଶିବ ପାତ୍ର,ପ୍ରଶାନ୍ତ ପାଢୀ,କେ.ଟୁଙ୍ଗୁରୁ ପାତ୍ର,ରଜତ ପଣ୍ଡିତ,ଅଶୋକ ନିମାଇଁ, ରାଜ କିଶୋର ପାତ୍ର,କେ.ରବି ରାଓ, ପି.ରାଜେନ୍ଦ୍ର କୁମାର,ରଘୁ ରେଡ଼ୀ, ଆକାଶ ଗୌଡ଼ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରାଜ୍ୟ ସରକାର ଏବଂ ବିଜେଡ଼ି ନେତାଙ୍କ ଉପରେ ଗର୍ଜିଥିଲେ ।