Odisha news

ଯୁବକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ଗିରଫ

0

ଵ୍ରହ୍ମପୁର  ୧୪/୧୧- ଛାଢ଼ଖାଇ ଭୋଜି ଖାଇବା ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ଲାଗିରହିଥିବା ଅଶାନ୍ତିକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ସଦର ଥାନା ପୋଲିସ ଏସଂକ୍ରାନ୍ତରେ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଜି. ରଘୁନାଥପୁର ଗ୍ରାମର ବି. ବୁଲୁ ପାତ୍ର (୨୫), ଅମିତ ପାତ୍ର(୨୧)ଓ ସିଏଚ. ବିକି ପାତ୍ର (୨୫)। ଘଟଣା ବେଳେ ଅଭିଯୁକ୍ତ ମାନେ ବ୍ୟବହୃତ କରିଥିବା ଲୁହାଛଡ଼ ଓ ଅନ୍ୟାନ୍ୟ ମାରଣାସ୍ତ୍ର ପୋଲିସ ଜବତ କରିଛି। ମାମଲା ନମ୍ବର ୫୪୧/୨୨ ରେ ଅଭିଯୁକ୍ତ ମାନଙ୍କୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି।ଘଟଣାରୁ ପ୍ରକାଶ ଯେ, ଗତ ୯ ତାରିଖ ଛାଢଖାଇ ଭୋଜି ଖାଇବା ପରେ କୌଣସି କାରଣକୁ କେନ୍ଦ୍ରକରି ପାଣ୍ଡା ପାତ୍ର ଜଣେ ଯୁବକ ବିକି ପାତ୍ରଙ୍କୁ ମାଡ ମାରିଥିଲା। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା।  ପାଣ୍ଡା ପାତ୍ର ଗତ ୧୩ ତାରିଖ ରାତ୍ର ବ୍ରଜନଗର ଛକରେ ଠିଆ ହୋଇଥିଲେ।  ବିକି ପାତ୍ର ତାଙ୍କ ସହଯୋଗୀ ମାନେ ସେଠାରେ ପହଞ୍ଚିଥିଲେ।ପରେ ସେମାନେ  ପାଣ୍ଡା ପାତ୍ରଙ୍କୁ ଲୁହାଛଡ଼ ଓ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକ ସେଠାରେ ରୁଣ୍ଢ ହୋଇଯିବା ପରେ ବିକି ପାତ୍ର ଓ ତାଙ୍କ ସହଯୋଗୀ ମାନେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଗୁରୁତର ପାଣ୍ଡାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ପରେ ପାଣ୍ଡା ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରି ଉପରୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲା ବୋଲି କହିଛି।

Leave A Reply