ବ୍ରହ୍ମପୁର,୭/୧୧/୨୨/ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଜନ ସଂପର୍କ ପଦଯାତ୍ରା ଆଜି ୩୨ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା । ୩୨ନଂ ୱାର୍ଡ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ତ୍ୱତ୍ତାବଧାନରେ ଆୟୋଜିତ ପଦଯାତ୍ରାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ୩୨ନଂ ୱାର୍ଡ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ତ୍ୱତ୍ତାବଧାନରେ ୫୦୦ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ଏବଂ ଶତାଧିକ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରି ୩୨ନଂ ୱାର୍ଡ ପରିକ୍ରମା କରିଥିଲେ । ବିଧାୟକ ବିକ୍ରମ କୁମାର ପଣ୍ଡା ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ ।
ବ୍ରହ୍ମପୁରର ବିକାଶ ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ମାନଙ୍କୁ ସଚେତନ କରାଯାଇଥିଲା । ସହରର ବିକାଶ, ନାରୀ ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ସଂଗଠନକୁ ସୃଦୁଡ଼ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସଫଳ କରିବା ପାଇଁ କର୍ପୋରେଟର ସୁରେନ୍ଦ୍ର ମହାରଣା ଆହ୍ୱାନ ଦେଇଥିଲେ । ଏହି ପଦଯାତ୍ରା ଦ୍ୱାରା ଜନସାଧାରଣ ସଚେତନ ହୋଇପାରିବେ ଏବଂ ସହରର ଅଗ୍ରଗତି ହେବା ସହ ବିଜେଡ଼ି ତୃଣମୂଳସ୍ତରରେ ସୁଦୃଡ଼ ହୋଇପାରିବ ବୋଲି ଯୁବ ନେତା ଏ ସନ୍ତୋଷ ପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଏ.ସନ୍ତୋଷ ପାତ୍ର,ଯୁବ ସଭାପତି ଅଜିତ୍ କୁମାର ପଣ୍ଡା, ଜିଲ୍ଲା ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତ ସାହୁ,ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ,କର୍ପୋରେଟର ,ଏନ ଆପରାଓ,ଅଶ୍ୱିନୀ ପଟ୍ଟନାୟକ, ଟି.ତ୍ରିପତି ପାତ୍ର, ସମୀର ମିଶ୍ର, ଅର୍ବାନବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ଦୁର୍ଗା ମାଧବ ସାବତ,ବରିଷ୍ଠ ନେତା ଭୀମସେନ ଦଳେଇ, ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ,ପୂର୍ବତନ କର୍ପୋରେଟର ଶ୍ରୀନିବାସ ରାଓ,ଆଜିନଜୀବୀ ତାପସ କୁମାର ସାହୁ, ନଳିନୀକାନ୍ତ ଦେବଦର୍ଶୀ,ରାଜେଶ ପଟ୍ଟନାୟକ, ସମେତ ବିଜେଡିର ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ସେହିପରି ୨୯ୱାର୍ଡରେ ଜନ ସଂପର୍କ ପଦଯାତ୍ରା ହୋଇଥିଲା ।