Odisha news

୨୬ ତାରିଖରୁ ରଣ୍ଢା ପଶ୍ଚିମେଶ୍ବରୀ ଠାକୁରାଣୀ ଯାତ୍ରା

0
ରଙ୍ଗେଇଲୁଣ୍ଡା,୨୫/୦୯ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ରଣ୍ଢା ପଶ୍ଚିମେଶ୍ଵରୀ ଠାକୁରାଣୀ ଯାତ୍ରା  ଆସନ୍ତା ୨୬ ତାରିଖ ସୋମବାର ଠାରୁ ଅନୁଷ୍ଠିତ ହେଉଥିବାରୁ ଯାତ୍ରା କମିଟି ପକ୍ଷରୁ  ଏକ ବୈଠକ ଅନୁଷ୍ଠିତ ହୋଇଛି,ଦୁଇ ବର୍ଷ ହେଲା କୋରନା କଟକଣା ଯୋଗୁଁ ମାଁ ପଶ୍ଚିମେଶ୍ଵରୀ ଠାକୁରାଣୀ ଯାତ୍ରା କେବଳ ରୀତିନୀତି ଅନୁଯାୟୀ କରାଯାଇଥିଲା, ଏବର୍ଷ କଟକଣା ନଥିବାରୁ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି, ଏହାକୁ ଦୃଷ୍ଟିରେ ରଖି କିଭଳି ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରାଯିବ ସେଥିନିମନ୍ତେ ମନ୍ଦିର କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ମାଁ ରଣ୍ଢା ପଶ୍ଚିମେଶ୍ଵରୀ ଠାକୁରାଣୀ ଯାତ୍ରା । ସୋମବାର ଦିନ ମାଁଙ୍କ ମାର୍ଜନା କରାଯାଇ ରୀତିନୀତି ଅନୁସାରେ ମାଁ ପଶ୍ଚିମେଶ୍ଵରୀ ଠାକୁରାଣୀ ଙ୍କୁ ଆବାହନ କରିଥିବା ସହ ମାଁ ଙ୍କୁ ଡାକରା ହୋଇ ରାତ୍ର ୧୦ଘଣ୍ଟା.୦୫ମି ରେ ମନ୍ଦିର ରୁ ବାହାରି ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ବୀଜେ କରିବେ , ସୋମବାର ଦିନ ନାମ ଯଜ୍ଞ, ଘୃତ ଯଜ୍ଞ,ଅନ୍ନଯଜ୍ଞ ଆଦି ମାଁ ଙ୍କ ପୀଠରେ ଅନୁଷ୍ଠିତ ହେବ ।ପ୍ରତିବର୍ଷ ମା’ଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବାରୁ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା କିପରି ଆୟୋଜନ କରଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପାଞ୍ଚ ଦିନ ଧରି ଏହି ଯାତ୍ରା ଚାଲୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା  ପାଇଁ ଅନୁରୋଧ କରିଛନ୍ତି  ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଏହି ପଞ୍ଚଦିବସ ଯାତ୍ରା ବେଳେ ପାଞ୍ଚଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଏବର୍ଷ ବିଶେଷ ଆକର୍ଷଣ ରହିବ ରଣ୍ଢା ଗ୍ରାମବାସୀଙ୍କ ଦ୍ବାରା ପରିବେଷଣ ହେବ  ଓପେରା “ରୂପ ରାଇଜର ରାଜକୁମାରୀ” । ଆଜିର ଏହି ବୈଠକରେ ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ କାଳୁ ସାବତ , ନାରାୟଣ ପାତ୍ର , ଭଗବାନ ସାହୁ , ରାଧା ମହାରଣା , ଉଦୟ ନାଥ ସାହୁ ,  , ଦଣ୍ଡ ସାହୁ ,ସାଇବ ସାହୁ, ଭଗବାନ ସାହୁଙ୍କ ସହ ରଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ ।
Nalco
Leave A Reply