ଜମନକିରା,୨୫/୯: ଜମନକିରା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ କେନ୍ଦ୍ର ପକ୍ଷରୁ ଆଜି ବାର୍ଷିକୋତ୍ସବ ବଡ଼ ଧୁମ୍ ଧାମରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା କେନ୍ଦ୍ରର ଭଉଣୀ ବିକେ ସୁନୀତା ଯୋଗଦାନ କରି ପ୍ରତିକୂଳ ପରିସ୍ଥିତି କିପରି ନିଜକୁ ପରମାତ୍ମା ସାଙ୍ଗରେ ଯୋଡ଼ି ହୋଇ ହେବ ସେନେଇ ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ସାହୁ, ଦୀପ୍ତି ସିଂ, କଲେଜ ଅଧ୍ୟକ୍ଷ ଡିଲେଶ୍ଵର ବେହେରା, ଦିଲିପ ଭାଇ, ଦୀପକ ପଶାୟତ, ନନ୍ଦଲାଳ ସାହୁ ପ୍ରମୁଖ ଯୋଗଦେଇ ସଂସ୍ଥାରେ ମିଶିଲା ପରେ ଅନୁଭୂତି ଏବଂ ସମୟ ସହ ଖାପ ଖୁଆଇ କିଭଳି ଆଧ୍ୟାତ୍ମିକତା ପରିବେଶରେ ଜୀବନ ଜିଇଁ ହେବ ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମା ବାବାଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ମୁରଲୀ ପାଠ କରାଯାଇଥିଲା। ପରେ କେକ କଟାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭଗବାନ ବେହେରା, ବିଶ୍ୱଜିତ୍ ବେହେରା, ରାମନାରାୟଣ ସାହୁ, ଯାମିନୀ ସାହୁ, କଳ୍ପନା ଦାଶ, ଲିଲିମା ମହାପାତ୍ର, ରଞ୍ଜୁ ସାହୁ, ପଦ୍ମିନୀ ପଟେଲ, ବିନୋଦିନୀ ସାହୁ, ପୌଲାସ୍ତୀ ସାହୁ, ଶଙ୍କର ନାୟକ, ତରୁଣ ନାୟକ, ବାସନ୍ତୀ ଭୋଇ, ନିର୍ମଳା ପରଡ଼ିଆ ପ୍ରମୁଖ ବ୍ରହ୍ମା ଭୋଜନରେ ସହଯୋଗ କରିଥିଲେ। ବ୍ଲକ ତଥା ପାଖ ଆଖ ଅଞ୍ଚଲରୁ ବୋହୂ ଶ୍ରଦ୍ଧାଳୁ ଯୋଗଦାନ କରି ଅର୍ଣ୍ଣ ଭୋଜନ କରିଥିଲେ।
