କେନ୍ଦୁଝର : ଆରୟା କମ୍ପାନୀ ପକ୍ଷରୁ ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବଡ଼ବିଲ ପୈ।ରଞ୍ଚଳର ୧୩ ଓ ୧୪ ନମ୍ବର ୱାର୍ଡରେ ଏହି କାର୍ଯ୍ୟକ୍ରମକୁ ପୈ।ରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ , ଉପାଧ୍ୟକ୍ଷା ସରସ୍ଵତୀ ନାୟକ, ପୂର୍ବତନ ପୈ।ର ଉପାଧ୍ୟକ୍ଷ ଲାବନ୍ୟବତୀ ସାହୁ,ପୈ।ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବନ୍ୟାଞ୍ଚଳ ଅଧିକାରୀ ରଂଜନ କୁମାର ପାଣି, କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରବେଶ ପାଣ୍ଡେ, ପି.ମୂରଜ ପ୍ରସାଦ, ଡ.ସି .ସି ଗିରି ଆନନ୍ଦକୋବିନ୍ଦ, ପ୍ରଦ୍ୟୁମ୍ନ ବିଦ୍ୟାଧର, ହେମନ୍ତ ଆଚାର୍ଯ୍ୟ, ବିଭୁତି ଭୁଷଣ ମହାନ୍ତି,ଦିପକ ସାହୁ ପ୍ରମୁଖ ଶୁଭାରମ୍ଭ କରିଥିଲେ।ରଣା ସାନିଟେସନର ମୂଖ୍ୟ ସଂଜୀବ କୁମାର ରଣାଙ୍କ ନେତୃତ୍ବରେ ଏକଦଳ ଉଭୟ ୱ।ଡର ବିଭିନ୍ନ ବସ୍ତିକୁ ଯାଇ ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରାଯାଇଥିଲା।
