Odisha news

ଓଡ଼ିଶା ଅଣଗେଜେଟେଡ କର୍ମ ଚାରି ସମ୍ମନ୍ବୟ ସମିତି ଗଞ୍ଜାମ ଶାଖାର ଦଶମ ଦ୍ବ-ବାର୍ଷିକ ସମ୍ମିଳନୀ

0
ବ୍ରହ୍ମପୁର ତା. ୧୯/୯/୨୨ ସ୍ଥାନୀୟ ଏନ ଜିଓ ହଲ ପରିସରରେ ଅଣଗେଜେଟେଡ କର୍ମ ଚାରି ସମ୍ମନ୍ବୟ ସମିତି ଜିଲ୍ଲା ସଭାପତି ସମୀର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଦଶମ ଦ୍ବ -ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ଅମଲାସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ଯୋଗଦେଇ ଠିକା ନିଯୁକ୍ତି ପ୍ରଥା ଉଛେଦ, ବର୍ଧିତ ହାରରେ ଘରଭଡା ପ୍ରଦାନ ଓ କର୍ମଚାରୀ ଙ୍କ ଅନ୍ୟାନ୍ୟ ଦାବି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସୁଳପାଣୀ ଶତପଥୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ନରସିଂହ ଆଚାରୀ ଯୋଗ ଦେଇଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ପ୍ରଧାନ, ସମ୍ପାଦକ କିରଣ କୁମାର ପାଢୀ ଉପସ୍ଥିତ ରହି ଏହି ଦାବିକୁ ଦୋହରାଇଛନ୍ତି। ଏହି ଅବସରରେ ନୂତନ କର୍ମ କର୍ତ୍ତା ଘୋଷଣା କରାଯାଇଛି। ଅଧ୍ୟକ୍ଷ ଭାବେ ପ୍ରଶାନ୍ତ ମିଶ୍ର, ସଭାପତି ସୁଦାମ ପାଣିଗ୍ରାହୀ, କାର୍ଯ୍ୟ କାରି ସଭାପତି କିରଣ କୁମାର ପାଢୀ, ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଆସନ୍ତା ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କେ କ୍କ୍ରିଷ୍ନା କୁମାରି ,ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply