Odisha news

ଓଡ଼ିଶା ଅମଲା ସଂଘ, ଗଞ୍ଜାମ ଶାଖାର ଦ୍ବାଦଶତମ ତ୍ରୟୋ-ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

0
ବ୍ରହ୍ମପୁର ତା. ୧୮/୯/୨୨.ସ୍ଥାନୀୟ ଏନ ଜିଓ ହଲ ପରିସରରେ ଓଡିଶା ଅମଲା ସଂଘ, ଗଞ୍ଜାମ ଜିଲ୍ଲା ଶାଖାର ଦ୍ବାଦଶତମ ତ୍ରୟୋବାର୍ଷିକ ସମ୍ମିଳନୀ, ଜିଲ୍ଲା ସଭାପତି ସୁଦାମ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ।  ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିରୂପେ ବ୍ରହ୍ମପୁରବିଧାୟକ  ବିକ୍ରମ କୁମାର ପଣ୍ଡା,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ନିର୍ମାଣ ଶ୍ରମିକ ଅଧକ୍ଷ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଜୀବନବିନ୍ଦୁ ସଂଯୋଜକ  ସୁବାସ ମହାରଣା, ଓଡିଶା ଅମଲାସଂଘ ରାଜ୍ୟ ସଭାପତି  ନାରାୟଣ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ପ୍ରାକ୍ତନ ସାଧାରଣ ସମ୍ପାଦକ ନରସିଂହ ଆଚାରୀ,କାର୍ଯ୍ୟକାରୀ ସଭାପତି  ଚିତ୍ତରଞ୍ଜନ ତରାସିଆ, ରାଜ୍ୟ ସଂଗଠକ ସମ୍ପାଦକ ଜ୍ଞାନରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ ।ଜିଲ୍ଲା କାର୍ଯ୍ୟକାରୀ ସଭାପତି  କିରଣ କୁମାର ପାଢ଼ୀ, ଏବଂ  ଷୋଳପାଣି ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଆଜି ମୁଖ୍ୟତଃ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରମୁଖ ଦାବୀ ସ୍ନାତକ ଯୋଗ୍ୟତା ହାରରେ
ଦରମା ପ୍ରଦାନ ପାଇଁ (୯୩୦୦/- ସହିତ ଜି ପି ୪୨୦୦-) ହାରରେ ଉପସ୍ଥିତ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଇତି ମଧ୍ୟରେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପ୍ରଚଳନ କରିବାରେ ପାଞ୍ଚବର୍ଷ ବିତିଯାଇଥିଲେ ସୁଦ୍ଧା ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଟାଳଟୁଳ ନିତୀ ଯୋଗୁଁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ଘୋର ନୈରାଶ୍ୟଭାବ ସୃଷ୍ଟି ହୋଇଅଛି ।ସ୍ନାତକ ଯୋଗ୍ୟତା ଥାଇ ଅନ୍ୟବର୍ଗର କର୍ମଚାରୀମାନଙ୍କୁ ସ୍ନାତକ ହାରରେ ଦରମା ପ୍ରଦାନ କରାଯାଉଥିଲାବେଳେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ପ୍ରଦାନ କରାଯାଉନଥିବା ଯୋଗୁଁ ଆଜିର ସଭାରେ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା। ଅନ୍ୟ ଦାବି ମଧ୍ୟରେ ଚୁକ୍ତିଭିତିକ ପ୍ରଥା ଉଚ୍ଛେଦ କରି ନିଯୁକ୍ତି ପାଇଥିବା ଠିକା କର୍ମଚାରୀଙ୍କୁ ନିୟମିତ କର୍ମଚାରୀ ଭାବେ ଗ୍ରହଣ କରିବା, ଉଛେଦ ହୋଇଥବା ୬୭୧ ମୂଖ୍ଯକିରାଣୀ ପଦବୀକୁ ପୁନଃ ପ୍ରଚଳନ କରାଯାଉ, ୧-୧-୨୦୦୫ ଠାରୁ ନୂତନ ଭାବେ ଚାକିରୀ କରୁଥବା ସମସ୍ତ କର୍ମଚାରୀକୁ ପେନସନ ଯୋଜନା ଲାଗୁ କରିବା, ଜିଲ୍ଲାପାଳକ, ଅଧକ୍ଷତାରେ ନିୟମତିତ ଷ୍ଟାଣ୍ଡିଙ୍ଗ କମିଟି ଦୁଃଖ ବିମୋଚନ କମିଟି ଅନୁଷ୍ଠିତ କରିବା, ପୂର୍ବ ନିୟମ ଅନୁଯାୟୀ ଦୁସହ ଓ ଅକର୍ମଣ୍ୟ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କୁ ପୁନଃ ଥଇଥାନ ଯୋଜନାରେ ନିଯୁକ୍ତି ପ୍ରଦାନ କରିବା, ସରେଣ୍ଡର ଲିଭର ପୁନଃ ପ୍ରଚଳନ,୭ମ ଦରମା କମିଶନ ଅନୁଯାଇ କର୍ମଚାରୀଙ୍କୁ ନୂତନ  ହାରରେ ଘରଭଡ଼ା ପ୍ରଦାନ। ଏହି ସମ୍ମିଳନୀରେ ୩୦ ଗୋଟି ଜିଲ୍ଲାରୁ ସମସ୍ତ ଜିଲ୍ଲ ସଭାପତି, ସମ୍ପାଦକ ଏବଂ ରାଜ୍ୟ କର୍ମକର୍ଭା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ  ପରିଶେଷରେ ଆସନ୍ତା ତିନିବର୍ଷ ପାଇଁ ଜିଲ୍‌! ଅମଲା ସଂଘର ନ୍ତନ କର୍ମକର୍ରାଁ ଚୟନ କରାଯାଇଥୁଲା ।
Nalco
Leave A Reply