୧- ଆଜିକାଲି ର ଜୀବନ ଶୈଳୀ ରେ ଆମେ ଯନ୍ତ୍ରପାତି ଉପରେ ଅଧିକ ନିର୍ଭର ଶିଳ । କାରଣ ଆମ ନିକଟରେ ସମୟ କମ ରହିଥିବା ହେତୁ ଆମେ ନିଜର କାମକୁ ହାଲୁକା କରିବା ପାଇଁ ଏହିସବୁ ଯନ୍ତ୍ରପାତି ଉପରେ ଅଧିକ ରୁ ଅଧିକ ନିର୍ଭର କରୁଛୁ । ଏହାର ସବୁଠୁ ବଡ଼ ଉଦାହରଣ ହେଲା ମାଇକ୍ରୋ ୱେବ୍ । ମାଇକ୍ରୋ ୱେବ୍ ଖାଇବା ପ୍ରସ୍ତୁତ ଠାରୁ ନେଇ ଖାଦ୍ୟ ଗରମ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର୍ଯ୍ୟ ହୋଇଥାଏ । ଯାହାକି ଖୁବ୍ ସହଜ ରେ ପ୍ରସ୍ତୁତ କରିହୁଏ ।
୨- କିନ୍ତୁ ଏହି ମାଇକ୍ରୋ ୱେବ୍ ବ୍ୟବହାର ଶରୀର ପାଇଁ କ୍ଷତିକାରକ ଅଟେ ଏହା ହୁଏତ ଆପଣ ଜାଣି ନଥିବେ । ଏପରି କିଛି ଖାଦ୍ୟ ରହିଛି ଯାହାକୁ ମାଇକ୍ରୋ ୱେବ୍ ରେ ଗରମ୍ କରି ଖାଇବା ଦ୍ବାରା କ୍ୟାନ୍ସର ଦ୍ଵାରା ଆକ୍ରାନ୍ତ କରାଇଥାଏ । ଏପରି କିଛି ଜିନିଷ ରହିଛି ଯାହାକୁ ମାଇକ୍ରୋ ୱେବ୍ ରେ ଗରମ୍ କରି ଖାଇବା ଉଚିତ୍ ନୁହେଁ ।
୩- ଆମେ ଅନେକ ସମୟରେ ନିଜ କାମକୁ ସହଜ କରିବା ପାଇଁ ତେଲ କୁ ମାଇକ୍ରୋ ୱେବ୍ ରେ ଗରମ୍ କରିଥାଉ । ତେଲ ମାଇକ୍ରୋ ୱେବ୍ ରେ ଗରମ୍ କରିବା ଦ୍ୱାରା ଏଥିରୁ ଗୁଡ଼ ଫ୍ୟାଟ୍ ନଷ୍ଟ ହୋଇ ଯାଇଥାଏ ଓ ବ୍ୟାଡ ଫ୍ୟାଟ୍ ରେ ପରିଣତ ହୋଇଥାଏ ।
୪- ଛତୁ କୁ ମାଇକ୍ରୋ ୱେବ୍ ରେ ଗରମ୍ କରିବା ଦ୍ୱାରା ଏହାର ପୋଷାକ ତତ୍ତ୍ଵ ନଷ୍ଟ ହୋଇଥାଏ । ଏହାଛଡା ହଜମ ମଧ୍ୟ ହୋଇ ନଥାଏ ।
୫- ଭାତ କୁ ମାଇକ୍ରୋ ୱେବ୍ ରେ ଗରମ୍ କରିବା ଉଚିତ୍ ନୁହେଁ । ଭାତ ଗରମ୍ କରିବା ଦ୍ୱାରା ଫୁଡ୍ ପଏଯନିଂ ସମସ୍ୟା ହୋଇଥାଏ ।
୬- ସମୟ ଅଭାବ କାରଣରୁ ଆମେ ଅଣ୍ଡା କୁ ମାଇକ୍ରୋ ୱେବ୍ ରେ ଗରମ୍ କରିବା ଭଳି ଭୁଲ୍ କରିବା ଉଚିତ୍ ନୁହେଁ । ମାଇକ୍ରୋ ୱେବ୍ ରେ ଅଣ୍ଡା ଶିଝାଇଲେ ଅଣ୍ଡା ର ପୋଷାକ ତତ୍ତ୍ଵ ନଷ୍ଟ ହୋଇଥାଏ ।
୭ – ଆଜିକାଲି ପ୍ରାୟ ସମସ୍ତେ ମାଇକ୍ରୋ ୱେବ୍ ରେ ଚିକେନ ପ୍ରସ୍ତୁତ କରି ଖାଉଛନ୍ତି , ଯାହାକି ଆଦୌ ଠିକ୍ ନୁହେଁ । ଏପରି କରିବା ଦ୍ବାରା ଚିକେନ ର ପ୍ରୋଟିନ ନଷ୍ଟ ହୋଇଥାଏ ଓ ଖାଦ୍ୟ ମଧ୍ୟ ଶରୀର ପ୍ରତି ବିପଦ ସୃଷ୍ଟି କରିଥାଏ ।
