Odisha news

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଚକ୍ଷୁ ଚିକିତ୍ସା ଶିବିର

0
ବ୍ରହ୍ମପୁର ତା ୧୮।୯।୨୨.ଆଜି ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ହୋଟେଲ ଜେ.ବି.ପ୍ରାଙ୍ଗନ ସମ୍ମିଳନୀ କକ୍ଷରେ କର୍ପୋରେଟର ପ୍ରଦୀପ କୁମାର ଶତପଥିଙ୍କ ତତ୍ତ୍ୱାବଧାନରେ ‘ସେବାପକ୍ଷ’ ପାଳନ ଅବସରରେ ଏଲ୍.ଭି. ପ୍ରଶାଦ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏକ “ଚକ୍ଷୁ ଚିକିତ୍ସା ଶିବିର” ଅନୁଷ୍ଠିତ ହୋଇଯାଇଛି । ଏହି “ଚକ୍ଷୁ ଚିକିତ୍ସା ଶିବିର” କୁ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତି ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ଚକ୍ଷୁ ଚିକିତ୍ସକ ଡ଼ାକ୍ତର ସନ୍ତୋଷ ବେହେରା,ଡ଼ା.ବିଶ୍ୱଜିତ ପରିଡ଼ା,ଡ଼ା.ସ୍ୱପ୍ନା ପାଢ଼ୀ,ଡ଼ା.ଅନିଲ କୁମାର ପାଇକରାୟ ପ୍ରମୁଖ ଯୋଗଦେଇ ଚକ୍ଷୁ ଚିକିତ୍ସା କରି  ଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ୧୫ ଦିନ ଧରି ଚାଲିବାକୁ ଥିବା ଏହି ‘ସେବାପକ୍ଷ’ ପାଳନ କରିବା ନିଷ୍ପତ୍ତି ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ୱର ୧୭ ତାରିଖ ଦିନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ୱର ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ‘ସେବାପକ୍ଷ’ ସମଗ୍ର ଦେଶରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ ଅନୁଷ୍ଠିତ କରାଯିବାକୁ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୢତ୍ୱରେ କେନ୍ଦ୍ର ସରକାର ସେବା,
ସୁଶାସନ ଏବଂ ଗରିବ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଥିବା ଦେଶବାସୀ ଅନୁଭବ କରିବା କାରଣରୁ ତାଙ୍କ ପ୍ରତି ସମାଜର ସବୁ ବର୍ଗର ଲୋକ ମାନଙ୍କ ସମର୍ଥନ ବ୍ୟାପକ ଭାବେ ବୃଦ୍ଧି ପାଉଛି । ବର୍ତମାନର ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ତଥା ଗରିବ,ବଂଚିତ, ଦଳିତ,ଆଦିବାସୀ ଏବଂ କୢଷକ ମାନଙ୍କର ତ୍ରାଣକର୍ତା ରୂପେ କାର୍ଯ୍ୟ କରୁଥିବାରୁ ସବୁ ପ୍ରକାର ସୁବିଧା
ଜନସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଉପରେ ଦୃଷ୍ଟି ରଖାଯିବାକୁ ସ୍ଥିର ହୋଇଛି । ୧୫ ଦିନ ଧରି ପାଳନ କରାଯିବାକୁ ଥିବା ‘ସେବାପକ୍ଷ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରାଯିବା ସହିତ ବିଭିନ୍ନ ସେବାମୁଳକ କାର୍ଯ୍ୟ,ରକ୍ତଦାନ ଶିବିର,ସ୍ୱାସ୍ଥ୍ୟ ଶିବିର,ବୁଦ୍ଧିଜିବୀ ସମ୍ମିଳନୀ,ବୢକ୍ଷରୋପଣ,ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ‘ସେବାପକ୍ଷ’ ପାଳନ ଅବସରରେ ଆସନ୍ତା ସେପ୍ଟେମ୍ୱର ୨୧ ତାରିଖ ଦିନ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷ ବ୍ରହ୍ମପୁର, ଗୋପାଳପୁର, ଚିକିଟି,ଛତ୍ରପୁର ବିଧାନସଭା କ୍ଷେତ୍ରରେ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ସହ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର, ପ୍ରବୀର ପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ, କର୍ପୋରେଟର୍ ଡ଼ି.କରୁଣାକର,ରଞ୍ଜିତା ବେହେରା, ନୀଳକଣ୍ଠ ସାହୁ,ସବିତା ସାହୁ,ପ୍ରଫୁଲ୍ଲ ପାଣିଗ୍ରାହୀ, ରାମନାଥ ଗନ୍ତାୟତ,ସିଏଚ୍ ଆପନା,
ନୀହାର ରଞ୍ଜନ ଦାସ ପ୍ରମୁଖ ବିଜେପି କାର୍ଯକର୍ତା ଉପସ୍ଥିତ ଥିବା ବେଳେ ରବିନ୍ଦ୍ର ବେହେରା, ନାରାୟଣ ସାହୁ,ମହେଶ ଚୌଧୁରୀ, ଏମ୍.ଦିଲୀପ ରାଓ,ଶିବ ଶଙ୍କର ସାହୁ,ଏନ୍. ନାଗେଶ୍ୱର ରାଓ ଆଦି ଅଞ୍ଚଳ ବାସୀ ଏହି ‘ଚକ୍ଷୁ ଚିକିତ୍ସା ଶିବିର’ ଆୟଜନରେ ସହଯୋଗ କରିଥିଲେ ।
Nalco
Leave A Reply