Odisha news

ବୈଶିଙ୍ଗା ଠାରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ନବୀନଙ୍କ ଜନ୍ମଦିନ ପାଳିତ

0

ବେତନଟୀ/ବୈଶିଙ୍ଗା : — ସାରା ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ପ୍ରତି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବାର ଦଳ ତରଫରୁ ସିଦ୍ଧାନ୍ତ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ,ଗଡଦେଉଳିଆ ଏବଂ ଆଗ୍ରିଆ ପଞ୍ଚାୟତରେ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ବିଧାୟକ ତଥା ବିଜେଡି ଜିଲ୍ଲା ଉପସଭାପତି ଗଣେଶ୍ଵର ପାତ୍ରଙ୍କ ନେତୃତ୍ଵରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶାନ୍ତିଲତା ରାଉତ, ସଂଯୁକ୍ତା ପାତ୍ର, ରଶ୍ମିତା ମହାପାତ୍ରଙ୍କ ସମେତ ଶତାଧିକ ମହିଳା ମାନେ ବିଜେଡି ର ଦଳୀୟ ପତାକା ଧରି  ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ ବିଜେଡି ଜିନ୍ଦାବାଦ ଧ୍ଵନିରେ ବୈଶିଙ୍ଗା ବଜାର ସମେତ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବୈଶିଙ୍ଗା ପଞ୍ଚାୟତର ଦଳୀୟ ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ଆହ୍ୱାନକ୍ରମେ ବରିଷ୍ଠ ନେତା ରବିନାରାୟଣ ପଣ୍ଡା , ଯାମିନୀ ନାୟକ, ବୃନ୍ଦାବନ ଦାସ, ବ୍ଲକ ସଭାପତି ସନ୍ତକ ଲେଙ୍କା, ବିନୋଦ ସିଂ, ସୀତାନାଥ ବେହେରା, ଶ୍ରୀଧର ପଣ୍ଡିତ , ଭରତ ନାୟକ , ପଙ୍କଜ ପଣ୍ଡା, ସୁନ୍ଦରମୋହନ ମହାନ୍ତ ଙ୍କ ସମେତ ଆଗ ଧାଡିର କର୍ମୀମାନେ ଲୋକ ପ୍ରତିନିଧି ଭାବେ ବ୍ଳକ ଚେୟାରମ୍ୟାନ କୌଶଲ୍ୟା ମାଝୀ, ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି, ବୈଶିଙ୍ଗା ସମିତି ସଭ୍ୟା ସରସ୍ଵତୀ ଦାସ , ସରପଞ୍ଚ ସାବିତ୍ରୀ ମୁର୍ମୁ, ୩୬ନଂ ଜିଲ୍ଲା ପରିଷଦ ସଦସ୍ୟା ସବିତା ଦାସ,୩୭ନଂ ଜିଲ୍ଲା ପରିଷଦ ସଦସ୍ୟା ଧାନୀ କିସ୍କୁ , ନାଏବ ସରପଞ୍ଚ ଦିଲ୍ଲୀପ ବିଶ୍ଵାଳ , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଯାପାନୀ ମୁର୍ମୁଙ୍କ ସମେତ ଅନ୍ୟ ଲୋକପ୍ରତିନିଧି ମାନେ ଏହି ପଦଯାତ୍ରାରେ ସଫଳତା ପାଇଁ ସହଯୋଗ କରିଥିଲେ। ବୈଶିଙ୍ଗା ବଜାର ଓ ଗ୍ରାମ ପରିକ୍ରମା କରିବା ପରେ ଏହି ପଦଯାତ୍ରା ଦଳ ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମୂଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ବିରାଟ କେକ କାଟି ଜନ୍ମ ଉତ୍ସବ ପାଳନ କରିବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ।

Govt
Leave A Reply