ଆଜି 16-10-22 ରେ ଉତ୍କଳ ଆସୋସିଏସନ ମାଡ୍ରାସ ତରଫରୁ, ଚେନ୍ନାଇ ସ୍ଥିତ ଓଡିଶା ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 77 ତମ ଜନ୍ମ ଦିବସ ପାଳନ କରାଯାଇଥିଲା |ଏଥିରେ ଶତାଧିକ ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ଆସୋସିଏସନ ମାଡ୍ରାସ ର ପ୍ରେସିଡେଣ୍ଟ ଶ୍ରୀ ପବିତ୍ର ମୋହନ ମାଝୀ ଏବଂ ସେକ୍ରେଟାରୀ ଶ୍ରୀ ପ୍ରଭାସ ପତି ଉପସ୍ଥିତ ଥିଲେ | ଚେନ୍ନାଇ ଠାରେ ଦୀର୍ଘ ଦିନର ଦାବି ଥିବା ଓଡିଶା ଭବନ ନିର୍ମାଣ ତଥା କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ସକାଶେ ଚେନ୍ନାଇ ଠାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନର କାମନା କରିଥିଲେ | ଏହି ଅବସରରେ ଏକ ବିଶାଳ କେକ କାଟିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା | ପ୍ରବାସୀ ଓଡ଼ିଆଙ୍କ ଏହିଭଳି ଜନ୍ମଦିନ ପାଳନ ଲାଗି ବିଧାୟକ ବିକ୍ରମ କୃତଜ୍ଞତା ଜଣାଇଥିଲେ |
