Odisha news

ଧର୍ମପରାୟଣା ମହିଳାଙ୍କ ପରଲୋକ

0
କାକଟପୁର 16/10  କାକଟପୁର ଥାନା ଅଧିନସ୍ଥ ନଈଗୁଆଁ ଗ୍ରାମର ପୂଜକ  ବାଲୁଙ୍କେଶ୍ୱର ପଣ୍ଡାଙ୍କ ଧର୍ମପତ୍ନୀ ଧର୍ମପରାୟଣା ମହିଳା ବିନୋଦିନୀ ପଣ୍ଡାଙ୍କ (64) ବର୍ଷ ବୟସରେ ଶନିବାର ଦିନ  ନିଜ ବାସଭବନରେ ପରଲୋକ ହୋଇଯାଇଛି l ବିନୋଦିନୀ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କ ମୁର୍ତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ବାଲୁଙ୍କେଶ୍ୱର, ଏକମାତ୍ର ପୁତ୍ର ଜୀବନଜ୍ୟୋତି (ମଣ୍ଟୁ)ପୁତ୍ରବଧୂ ଶୁଭଶ୍ରୀ, ଯାଆ, ଦିଅର, ସମସ୍ତ ପୁତୁରା ଝିଆରୀ ସହିତ ନାତି ନାତୁଣୀ ଏବଂ ଚାରି ଝିଅ ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ l ଜଗନ୍ନାଥଙ୍କ ପ୍ରତି ତାଙ୍କର ଅଶେଷ ଭକ୍ତି ଥିବାଯୋଗୁଁ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ସେ ନିଜ କାମ ନିଜେ ତୁଲାଇବା ସହିତ ନିଜର ସମସ୍ତ କାର୍ଯ୍ୟ ସାରି ଏକ ସୁଖଦ ମୁର୍ତ୍ୟୁ ଲଭିଥିଲେ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତାଙ୍କ ଶେଷ ଇଛା ଅନୁଯାୟୀ ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା l ପୁତ୍ର ଜୀବନଜ୍ୟୋତି ମୁଖାଗ୍ନି ଦେଇଥିଲେ l ତାଙ୍କ ମୁର୍ତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
Nalco
Leave A Reply