ବାରିପଦା : ଅଲ୍ ଓଡିଶା ସାନ୍ତାଳୀ ପିଜି ଷ୍ଟୁଡେଣ୍ଟ ଏସୋସିଏସନ ପକ୍ଷରୁ ଏକ ଗୁତୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ତକତପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଦୁଃଖୁ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଡିଗ୍ରୀ କଲେଜ ମାନଙ୍କରେ ୨୦୨୨-୨୩ ଶିକ୍ଷାବର୍ଷରେ ଆଡ୍ମିଶନ୍ ହୋଇଥିବା ଛାତ୍ରଛାତ୍ରୀ ମାନେ ଏମଆଇଏଲ ସାନ୍ତାଳୀ ପଢିବା ପାଇଁ କେମିତି ସୁଯୋଗ ପାଇ ପାରିବେ, ଆଗାମୀ ଶିକ୍ଷା ବର୍ଷରୁ କିପରି ସାନ୍ତାଳୀ ଅନର୍ସ/ ଇଲେକ୍ଟିଭ୍ ଖୋଲାଯାଇ ପାରିବ ଏବଂ ଏମପିସି ସ୍ୱୟଂଶାସିତ କଲେଜର ସାନ୍ତାଳୀ ବିଭାଗରେ ନିୟମିତ ଅଧ୍ୟାପକ ନିଯୁକ୍ତି କରାଯିବ ସମ୍ବନ୍ଧରେ ଆଲୋଚନା କରାଯିବା ସହ ସାନ୍ତାଳୀ ପିଜି ର ନୂତନ କର୍ମକର୍ତ୍ତା ଭାବେ ସଭାପତି ବିକ୍ରମ ବେଶ୍ରା, ଉପସଭାପତି ସୀତାମଣୀ ମୁର୍ମୁ, ସମ୍ପାଦକ ସେରାଲ ମୁର୍ମୁ, ଉପସମ୍ପାଦକ ପ୍ରତିମା ହାଁସଦାଃ, କୋଷାଧ୍ୟକ୍ଷ ସୁମିତ୍ରା ଟୁଡୁ ଏବଂ ଉପକୋଷାଧ୍ୟକ୍ଷ ଭାବେ ଉମେଶ ଚନ୍ଦ୍ର ହେମ୍ବ୍ରମଙ୍କୁ ଚୟନ କରାଯାଇଥିଲା ।
