Odisha news

ପେଟର ଚର୍ବି କୁ ନେଇ ଚିନ୍ତିତ ଅଛନ୍ତି କି? ରୋଷେଇ ଘରର ଏହି ୫ଟି ଜିନିଷ ଦ୍ଵାରା ଖୁବ୍ ସହଜ ରେ କମାଇ ପାରିବେ ପେଟର ଚର୍ବି

0
ମୋଟାପା ଆଜିକାଲି ସମସ୍ତଙ୍କ ପାଇଁ ଗୋଟିଏ ଚିନ୍ତାର କାରଣ ହୋଇ ସାରିଛି । ଆଜିକାଲି ଯୁବକ ମାନଙ୍କ ଠାରୁ ନେଇ ବୃଦ୍ଧ ମାନଙ୍କ ପର୍ଯ୍ୟନ୍ତ ଏହା ଗୋଟିଏ ଚିନ୍ତାର କାରଣ ହୋଇ ସାରିଛି। ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଜଣାପଡିଛି ଯେ ଆମ ଭାରତୀୟ ମାନଙ୍କ ରୋଷେଇ ଘରେ ବ୍ୟବହୃତ ହେଉଥିବା କିଛିଟା ଜିନିଷ ଦ୍ଵାରା ଏହି ମୋଟାପା ଦୂର କରାଯାଇ ପାରିବ ।
ଏହି ଅଧ୍ୟୟନ ରେ ବିଭିନ୍ନ ବୟସ ସୀମାର ବ୍ୟକ୍ତି ମାନଙ୍କୁ ନେଇ କରାଯାଇଥିଲା । ଯେଉଁଥିରେ ସେମାନଙ୍କୁ ସକାଳୁ ଖାଲି ପେଟରେ ଏହିସବୁ ପାନୀୟକୁ ପିଇବାକୁ ଦିଆ ଯାଇଥିଲା। ୩୦ ଦିନ ପରେ ସେମାନଙ୍କ ପେଟ ର ଚର୍ବି ହ୍ରାସ ହୋଇ ଥିବାର ଦେଖିବାକୁ ମିଳିଥିଲା ।
୧) ଡାଲଚିନି :-
ଆୟୁର୍ବେଦ ରେ ଡାଲଚିନି କୁ ବ୍ୟାକ୍ଟେରିଆ ନାଶକ , ଜ୍ଵଳା କମାଇବା ପାଇଁ କରାଯାଇ ଥାଏ। ଯେତେବେଳେ ଓଜନ ହ୍ରାସ କରିବା ର କଥା ଆସିଥାଏ ସେତେବେଳେ ଡାଲଚିନି କଥା ସାମ୍ନାକୁ ଆସିଲେ କୁହାଯାଏ ଯେ ଡାଲଚିନି ମେଟାବୋଲିଯିମ କୁ ବୃଦ୍ଧି କରିଥାଏ। ବ୍ଲଡ଼ ସୁଗର୍ ଓ କୋଲଷ୍ଟ୍ରାଲ ସ୍ତରକୁ କମାଇ ଥାଏ । ତେଣୁ ସକାଳୁ ଉଠିବା ମାତ୍ରକେ ଡାଲଚିନି କୁ ପାଣିରେ ଫୁଟାଇ ସେବନ କରନ୍ତୁ।
୨) ଗୋଲ ମରିଚ:-
ଆୟୁର୍ବେଦ ଅନୁସାରେ ଗୋଲ୍ ମରିଚ ଓଜନ କମାଇବା ପାଇଁ ଖୁବ୍ ପ୍ରଭାବୀ ଅଟେ । ଏହା ଶରୀରର ବ୍ଲକେଜ କୁ ହଟାଇ ଥାଏ । ରକ୍ତ ସଞ୍ଚାଳନ ଠିକ୍ କରି ମେଟାବୋଲିଯିମ କୁ ବଢାଇ ଥାଏ। ଶରୀର କୁ ଡିଟକ୍ସ କରି ଚର୍ବି କୁ କମାଇ ଥାଏ ।
୩) ଅଦା :-
ଅଦା ହେଉଛି ଆୟୁର୍ବେଦ ର ମୁଖ୍ୟ ତତ୍ତ୍ଵ ଏହା
ମେଟାବୋଲିଯିମ କୁ ୨୦ ପ୍ରତିଶତ ବଢାଇ ଦେଇଥାଏ । ଶରୀର ରୁ ଟକ୍ସିନ କୁ ବାହାର କରିଥାଏ। ଅଦା ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
୪) ଲେମ୍ବୁ :-
ଲେମ୍ବୁ ଆପଣ ଯେପରି ବି ବ୍ୟବହାର କରନ୍ତୁ ଏହା ଶରୀର ପାଇଁ ଖୁବ୍ ହିତକର। ଲେମ୍ବୁ ରେ ଭିଟାମିନ ସି ଓ ଉଚ୍ଚ କୋଟୀର ଫାଇବର ରହିଥାଏ । ଲେମ୍ବୁ ହୃଦ୍ ଘାତ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ । ଏହାଛଡା କିଡନୀ ଷ୍ଟୋନ ସମସ୍ୟା, କ୍ୟାନ୍ସର ଠାରୁ ଦୂରେଇ ରଖିଥାଏ।
୫) ମହୁ :-
ସକାଳୁ ଯଦି ଖାଲି ପେଟରେ ମହୁ ସେବନ କରୁଛନ୍ତି ତେବେ ଏହା ଶରୀର କୁ ଖୁବ୍ ଲାଭ ଦେବ । ମେଟାବୋଲିଯିମ ସ୍ତର କୁ ବଢାଇ ଓଜନ ହ୍ରାସ କରିବ ।
Leave A Reply