Odisha news

ବେଲଗୁଣ୍ଠା ବିଜେପିର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ।

0

ବେଲଗୁଣ୍ଠା-୧୪/୮-ବେଲଗୁଣ୍ଠା ବିଜେପି ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଅଛି । ଏହି ଅବସରରେ ଗାଙ୍ଗୁପୁର ନିକଟସ୍ଥ ଖଇରପୁଟି ରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ଶେଷରେ ବଙ୍କା ଗ୍ରାମ ପଞ୍ଚାୟତ ଠାରେ ଏହା ଶେଷ ହୋଇଥିଲା ।୪୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସୁଧୀର କୁମାର ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ,ସରପଞ୍ଚ ସୁରେନ୍ଦ୍ର ଡାକୁଆ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେ.ରବୀନ୍ଦ୍ର କୁମାର ପାତ୍ର,ଯୁବ ମୋର୍ଚ୍ଚା ସଭାପତି ଦିପକ ପ୍ରଧାନ, ଉପସଭାପତି ସତ୍ୟବାନ ସ୍ୱାଇଁ, ଜିଲ୍ଲା ଉପସଭାପତି ଅଯୋଧ୍ୟା ମହାପାତ୍ର ଓ ପ୍ରଭାକର ପଣ୍ଡା, ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା, ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ, ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ପଣ୍ଡା ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

Leave A Reply