ବେଲଗୁଣ୍ଠା 28/06 : ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ନିର୍ମାଣ ହୋଇଛି ସରକାରୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର l କିନ୍ତୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଚିତ୍ର l କେଉଁଠାରେ ଦେଖିବାକୁ ମିଳୁଛି ଡାକ୍ତରଙ୍କ ଅଭାବ ତ କେଉଁଠାରେ ଫାର୍ମାସିଷ୍ଟ ଚଳାଉଛନ୍ତି ମେଡିକାଲ, କେଉଁଠାରେ ଦେଖାଦେଇଛି ଔଷଧର ଅଭାବ ତ କେଉଁଠାରେ ରୋଗୀଙ୍କ ଚିକିତ୍ସା ଚାଲିଛି ବାରଣ୍ଡାରେ l
ଯେଉଁଠି ବି ନଜର ପକାଇବେ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କିଛି ନା କିଛି ସମସ୍ୟା ଦେଖିବାକୁ ମିଳିବ l ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରହିଥିବା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀଙ୍କ ପ୍ରାଣକେନ୍ଦ୍ର ଥିବା ବେଳେ ଗତ କିଛି ମାସ ହେଲା ଏହାର ବ୍ୟତିକ୍ରମ ଦେଖିବା କୁ ମିଲିଛି।ଛଅ ଜଣ ଡାକ୍ତରଙ୍କ ବଦଳରେ ଏଠାରେ ଦୁଇଟି ଡାକ୍ତର ନିଯୁକ୍ତି ପାଇଛନ୍ତି।ସେହିପରି ତିନିଜଣ ଆଟେଣ୍ଡର ରହିବା ବଦଳରେ ଜଣେ,ଫାର୍ମାସିଷ୍ଟ ଦୁଇ ଜଣଙ୍କ ବଦଳରେ ଜଣେ,ସୁପରଭାଇଜର ଜଣେ ବି ନାହାନ୍ତି।ଦୁଇ ଡାକ୍ତରଙ୍କୁ ପ୍ରତିଦିନ ରୋଗୀ ସେବା ଯୋଗାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ରହିଛି।ଏହା ସତ୍ତ୍ୱେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ଃ.ସନ୍ତୋଷ କୁମାର ପଣ୍ଡା ସପ୍ତାହକୁ ୩ ଦିନ ରୋଗୀ ସେବା ଦେବା ପରେ ବାକି ୪ ଦିନ ମେଡିକାଲକୁ ଆସନ୍ତି ନାହିଁ lଫଳରେ ବଳକା ତିନି ଦିନ ଅନ୍ୟ ଜଣେ ଡାକ୍ତର ଦିଲ୍ଲୀପ ନାୟକଙ୍କୁ ରୋଗୀ ସେବା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇ ଚାଲିଯାନ୍ତି। ଡାକ୍ତର ପଣ୍ଡା ଦାୟିତ୍ଵ ଗ୍ରହଣ କରିବା ପର ଠାରୁ ସୋରଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ସମ୍ପୂର୍ଣ୍ଣ ରୁପ ରେଖା ବଦଳି ଯାଇଚି l ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ରୋଗୀ ମାନେ ମାଗଣାରେ ଔଷଧ ଏବଂ ବିଭିନ୍ନ ପରୀକ୍ଷା ସହ ଉତ୍ତମ ରୋଗୀ ସେବା ପାଇବା ପାଇଁ ଆସିଥାନ୍ତି lକିନ୍ତୁ ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ରୋଗୀ ନିରାଶ ହେଉଥିବା ଦେଖିବାକୁ ମିଳିଛି। ସୋରଡ଼ା ବ୍ଲକରେ ୨୬ଗୋଟି ପଞ୍ଚାୟତ ଥିବା ବେଳେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୨୦ ଗୋଟି ପଞ୍ଚାୟତ ର ଲୋକ ନିର୍ଭର କରିଥାନ୍ତି l
ଏହାସହ କନ୍ଧମାଳ ଜିଲ୍ଲାର ତିନଟି ପଂଚାୟତର ରୋଗୀ ଏଠାକୁ ଆସନ୍ତି।ସୋରଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରତେକ ସପ୍ତାହ ରେ ସୋମ, ମଙ୍ଗଳ ଏବଂ ବୁଧ ରୋଗୀ ଙ୍କ ଲମ୍ବା ଲାଇନ୍ ଦେଖିବକୁ ମିଳିଥାଏ କିନ୍ତୁ ବାକି ଚାରିଦିନ ଡାକ୍ତର ଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି lମେଡିକଲର କିଛି କର୍ମଚାରୀ ରୋଗୀଙ୍କୁ ସୋମବାର ଆସିବା ପାଇଁ ପରାମର୍ଶ ଦିଅନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନଥିବା କାରଣରୁ ପ୍ରତି ମାସରେ ଆସୁଥିବା ଶହ ଶହ ଗର୍ଭବତୀ ମହିଳା ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି ।ସରକାରଙ୍କ ତରଫରୁ ଗର୍ଭବତୀ ମାନଙ୍କ ପାଇଁ ଆସୁଥିବା ମାଗଣା ଔଷଧ ନ ଦେଇ ବାହାରୁ ଏକ ନିର୍ଦ୍ଦିଷ୍ଟ ଔଷଧ ଦୋକାନରୁ ହଜାର ହଜାର ଟଙ୍କାର ଔଷଧ ଆଣିବା ପାଇଁ ବାଧ୍ୟ କରନ୍ତି ଡାକ୍ତର।ଯେଉଁ ରୋଗୀ ମାନେ ଔଷଧ ଆଣିବା ରାଜି ନହୁଅନ୍ତି ସେମାନଙ୍କ ପ୍ରସୂତି ମେଡିକାଲରେ କରାଯିବନି କହି ଧମକ ଦିଅନ୍ତି ।ଫଳରେ ବାଧ୍ୟ ହୋଇ ଡାକ୍ତର ପଠାଉଥିବା ଦୋକାନକୁ ଯାଇ ଔଷଧ ଆଣନ୍ତି ।
ଡାକ୍ତର ନିଜ ବ୍ୟବସାୟ ବଢାଇବା ପାଇଁ ଜଣେ ସଫେଇ କର୍ମୀ,ଜଣେ ଆଶା କର୍ମୀ,ଦୁଇଜଣ ସିକ୍ୟୁରୀଟି ଗାର୍ଡଙ୍କୁ ଟଙ୍କା ଲୋଭ ଦେଖାଇ ମୋହରା କରି ରଖିଛନ୍ତି।ସେମାନେ ଡାକ୍ତର ପଣ୍ଡା ଚିକିତ୍ସା ନକରିଲେ ରୋଗ ଭଲ ହବନି କହି ରୋଗୀଙ୍କୁ ଭୟଭୀତ କରାଉଛନ୍ତି।ଏହା ସହ ଏକ ନିର୍ଦ୍ଧିଷ୍ଟ ଦୋକାନକୁ ଯାଇ ଔଷଧ ଆଣିବା ପାଇଁ ରୋଗୀଙ୍କୁ କହୁଛନ୍ତି। ଯଦି କେହି ନ ଆଣନ୍ତି ତାଙ୍କୁ ଡାକ୍ତର ଗାଳି ଗୁଳଜ କରିବା ସହ ଖରାପ ବ୍ୟବହାର ଦେଖାଉଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।ଡାକ୍ତରଖାନା ର ବାହାର ପରିବେଶ ଅତ୍ୟନ୍ତ ଚକାଚକ।କର୍ମଚାରୀ ଅଭାବ ଯୋଗୁଁ ଜଣେ ଅସ୍ଥାୟୀ ସଫେଇ କର୍ମଚାରୀ ରୋଗୀଙ୍କ ବିପି ଚେକ କରିବାଠୁ ଆରମ୍ଭ କରି ସିଲେଇ ପକାଇବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି।ଏସବୁ କାମ କରିବା ପାଇଁ ସଫେଇ କର୍ମଚାରଙ୍କୁ ଡାକ୍ତର ପଣ୍ଡା ପ୍ରୋତ୍ସାହିତ କରିଛନ୍ତି।ମେଡିକାଲର ଏପରି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଜଣାଇଛନ୍ତି।କିନ୍ତୁ ଡାକ୍ତର ଅଭାବ କାରଣରୁ ପଦକ୍ଷେପ ନିଆଯାଉନଥିବା କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ।ଖୁବଶୀଘ୍ର ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।