Odisha news

ଏଠାକୁ ମାର୍ସିଡିଜ ରେ ଭିକ ମାଗିବାକୁ ଆସି ଥାଆନ୍ତି ଭିକାରୀ , ବିଶାଳ ପ୍ରସାଦ ଭଳି ଘରର ମାଲିକ କିନ୍ତୁ ରାସ୍ତାରେ ଚିଲେଇ ମାଗନ୍ତି ଭିକ

0
ଦୁନିଆରେ ଭଗବାନ ସମସ୍ତଙ୍କୁ ଦୁଇଟି ହାତ ଓ ଦୁଇଟି ଗୋଡ଼ ଦେଇଛନ୍ତି, ଯାହାଦ୍ୱାରା ସେ ନିଜ ପେଟ ପୋଷିବା ପାଇଁ କିଛି କାମ କରିଥାଏ l କିନ୍ତୁ କିଛି ଏଭଳି ଲୋକ ଅଛନ୍ତି ଯିଏକି ସବୁଆଡୁ ଲାଚାର ହୋଇ ଥାଆନ୍ତି l  ସେମାନଙ୍କ ନିକଟରେ ପର୍ତ ପୋଷିବା ପାଇଁ କିମ୍ବା ରୋଜଗାର ପାଇଁ କୌଣସି ସାଧନ ନଥାଏ l  ତେଣୁ ଏଭଳି କିଛି ଲୋକ ଭିକ ମାଗିବାକୁ ଗୋଟିଏ ଉପାୟ ଭାବରେ ଗ୍ରହଣ କରିଥାଆନ୍ତି l  କିନ୍ତୁ ଆଜିକାଲି ଦୁନିଆରେ ଭିକ୍ଷା ମାଗିବା ବୃତିକୁ ଗୋଟିଏ ବ୍ୟବସାୟ ଭାବରେ ଗ୍ରହଣ କରାଯାଉଛି l  ବର୍ତମାନ ସମାଜରେ ଭିକ୍ଷା ବୃତି ଗୋଟିଏ ପ୍ରକାର ବ୍ୟବସାୟ ହୋଇ ଗଲାଣି କହିଲେ ଚଳେ l

ଲଣ୍ଡନ ର ରାସ୍ତାରେ ଏହିଭଳି ଭିକାରି ବୁଲୁଛନ୍ତି, ଯିଏ କି ଖୁବ ଧନଶାଳୀ ଅଟନ୍ତି l  ଏହି ଭିକାରି ମାନେ ଗୋଟିଏ ଗୋଟିଏ ଗ୍ୟାଙ୍ଗ ହୋଇ କାମ କରନ୍ତି l ଲୋକ ମାନଙ୍କୁ ଥକି ପଇସା ରୋଜଗାର କରୁଛନ୍ତି l  ଏହି ଭିକାରି ମାନେ ପ୍ରଫେସନାଲ ଫ୍ରଡ ଅଟନ୍ତି, ଯିଏ କି ପ୍ରଫେସନାଲ ଭାବରେ ଭିକ ମାଗି ଲୋକଙ୍କ ନିକଟରୁ ପଇସା ନିଅନ୍ତି l ଏହି ଭିକାରି ମାନଙ୍କ ନିକଟରେ କାର୍ଡ ବୋର୍ଡ ରହିଛି ଯେଉଁଥିରେ ଅନେକ କଥା ଲେଖା ଯାଇଛି l ଯିଏ କି ନିଜକୁ ଖୁବ ଲାଚାର ଭାବରେ ଲୋକଙ୍କୁ ଦେଖାଇ ଥାଆନ୍ତି l  ପ୍ରକୃତରେ ଏହି ଭିକାରି ମାନଙ୍କ ନିକଟରେ ପର୍ଯ୍ୟାପ୍ତ ପଇସା ରହିଛି l

ଏହି ବିଶେଷ ଭିକାରି ଗ୍ୟାଙ୍ଗ ବିଷୟରେ ମାଇଁ ଲଣ୍ଡନ କିଛି ତଥ୍ୟ ଖୁଲାସା କରିଛି l  ମାଇଁ ଲଣ୍ଡନ ର ସୂଚନା ଅନୁସାରେ ଏହି ଭିକାରି ମାନେ ସାଧାରଣ ଭିକାରି ଭଳି ଦେଖା ଯାଇଥିଲେ ମଧ୍ୟ ଏହି ମାନଙ୍କ ନିକଟରେ ପଇସାର କୌଣସି ଅଭାବ ନାହିଁ l ଏମାନେ ମାର୍ସିଡିଜ ଗାଡ଼ିରେ ଭିକ ମାଗିବାକୁ ଯାଇ ଥାଆନ୍ତି l ଫଟା ପୁରୁଣା ପୋଷାକ ପିନ୍ଧି ରାସ୍ତା କଡରେ ଭିକ ମାଗିବାକୁ ବସନ୍ତୀ l ମାଇଁ ଲଣ୍ଡନ ର ସୂଚନା ଅନୁସାରେ ଏହି ଭିକାରି ମାନଙ୍କ ମଧ୍ୟରୁ ଅନେକ ରୋମାନିଆ ରୁ ଆସିଛନ୍ତି l

ଏହି ଭିକାରି ମାନେ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଭିକ ମାଗି ଥାଆନ୍ତି l ଏହାପରେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ କୁ ଯାଇ ନିଜର ପୋଷାକ ବଦଳାଇ ଥାଆନ୍ତି l  ଏହାପରେ କିଛି ବାଟ ଚାଲିବ ପରେ ଆଉ ଗୋଟିଏ ସ୍ଥାନରେ ନିଜ ଗାଡି ରେ ବସି ଚାଲି ଯାଇ ଥାଆନ୍ତି l ମାଇଁ ଲଣ୍ଡନ ଏହିଭଳି କିଛି ଭିକାରୀ ଙ୍କୁ ଟ୍ରାକ କରିବା ପରେ ଏହି ତଥ୍ୟ ସାମ୍ନା କୁ ଆସିଥିଲା l ବର୍ତମାନ ଲଣ୍ଡନ ରେ ଭିକାରି ମାନଙ୍କର ଆଇଡି ଯାଞ୍ଚ ହଉଚି l ଏବଂ ଏହାପରେ ସେମାନଙ୍କୁ ଭିକ୍ଷା ବୃତି କରିବାକୁ ଅନୁମତି ଦିଆ ଯାଉଛି l

Leave A Reply