ଗ୍ରୀଷ୍ମ ଋତୁରେ ଯଦି ବିୟର ପିଉଛନ୍ତି ତେବେ ତା ସହିତ ଚାଖଣlରେ ଖାଆନ୍ତୁ ନାହିଁ ଏହି ୪ ଟି ଜିନିଷ, ହୋଇପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା
ଗରମ ଦିନ ଆସିବା ମାତ୍ରକେ ଥଣ୍ଡା ବିୟର ର ଡିମାଣ୍ଡ ବଢି ଯାଇଥାଏ l ଯେଉଁ ଲୋକମାନେ ବିୟର ପିଇବାକୁ ଅଧିକ ପସନ୍ଦ କରି ଥାଆନ୍ତି , ସେମାନଙ୍କ ପାଇଁ ଏହି ପ୍ରଚଣ୍ଡ ରୌଦ୍ର ତାପ ସମୟରେ ବିୟର ଗୋଟିଏ ଭଲ ବିକଳ୍ପ ଅଟେ l ଆଜିକାଲି ର ୟଙ୍ଗ ଜେନେରେସନ ବିୟର ଅଧିକ ପିଉଥିବାର ଦେଖିବାକୁ ମିଳୁଛି l କିନ୍ତୁ ବିୟର ହେଉ କିମ୍ବା ଅନ୍ୟ କୌଣସି ମଦ୍ୟପାନ ଶରୀର ପାଇଁ ଖୁବ କ୍ଷତିକାରକ ହୋଇପାରେ l ପିଉଥିବା ଲୋକଙ୍କୁ ଏହି ଚିଲଡ଼ ବିୟର ଆତ୍ମ ସନ୍ତୋଷ ଦେଇଥାଏ l ଏହାର ହାଲୁକା ହାଲୁକା ନିଶା ଲୋକଙ୍କୁ ଖୁବ ଆନନ୍ଦ ଦେଇଥାଏ l
ବିୟର, ହ୍ୱିସ୍କି କିମ୍ବା ଅନ୍ୟ କୌଣସି ମଦ୍ୟପାନ ଶରୀର ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ହୋଇଥାଏ l ମଦ୍ୟ ପାନ ସହିତ ଚାଖନା ଗୋଟିଏ ସାଧାରଣ ଜିନିଷ ହୋଇ ଗଲାଣି l ତେଣୁ ବିୟର ସହିତ କିଛିଟା ଜିନିଷ ରହିଛି ଯାହାକୁ ସେବନ କରିବା ଦ୍ୱାର ଶରୀର ଉପରେ ସାଇଡ ଇଫେକ୍ଟ ପଡିଥାଏ l ଆସନ୍ତୁ ଜାଣିବା ବିୟର ସହିତ କେଉଁସବୁ ଜିନିଷ କୁ ଖାଇବା ଉଚିତ ନୁହେଁ l
* ଟମାଟୋ –
ଟମାଟୋ ଗୋଟିଏ ଖଟା ଜିନିଷ ଅଟେ l ତେଣୁ ଏଥିରେ ଟେନିକ ଏସିଡ ର ମାତ୍ରା ଅଧିକ ରହିଥାଏ l ତେଣୁ ଖଟା ଟମାଟୋ କୁ ବିୟର ସହିତ ସେବନ କରିବା ଉଚିତ ନୁହେଁ l ଏହାଦ୍ୱାରା ଝାଳ ବାହାରିଥାଏ ଓ ବ୍ୟସ୍ତ ଲାଗି ବାନ୍ତି ହୋଇଥାଏ l ଏହାଛଡା ଫୁଡ ପଏଜନ ସମସ୍ୟା ମଧ୍ୟ ହେବାର ସମ୍ଭାବନା ରହିଥାଏ l
* ଗାଜର –
ଅନେକ ଲୋକଙ୍କୁ ଆମେ ଦେଖିଛୁ ବିୟର ସହିତ ସାଲାଡ଼ ଖାଇବାକୁ ପସନ୍ଦ କରିଥାଆନ୍ତି l ଯେତେବେଳେ ବି ଆପଣ ଡ୍ରିଂକ୍ସ କରିବା ପାଇଁ ପ୍ଲାନ କରୁଛନ୍ତି ସାଲାଡ଼ ଖାଇବାକୁ ଏଡାଇ ଯିବା ଜରୁରୀ l ମଦ୍ୟପାନ ସହିତ ସାଲାଡ଼ ସେବନ ଲିଭର ସମସ୍ୟାର କାରଣ ହୋଇଥାଏ l ତେଣୁ ମଦ୍ୟପାନ ସମୟରେ ସାଲାଡ଼ ସେବନ କରିବା ଉଚିତ ନୁହେଁ l
* ବିନ୍ସ –
କୌଣସି ମଞ୍ଜି ଜାତୀୟ ଜିନିଷ ଯେପରିକି ମକା, ସୋୟାବିନ ମଞ୍ଜି, କିମ୍ବା ମଟର ଇତ୍ୟାଦି ହେଉ ତାହାକୁ କଦାପି ବିୟର ସହିତ ସେବନ କରିବା ଉଚିତ ନୁହେଁ l କାହିଁକି ଏହିସବୁ ଜିନିଷ ରେ ଆଇରନ ର ମାତ୍ରାରେ ଅଧିକ ରହିଥାଏ l ଯାହା ବିୟର ସହିତ ଶରୀର କୁ ଯିବା ମାତ୍ରକେ କ୍ଷତି କାରକ ହୋଇପାରେ l
* ବେକନ ଅର୍ଥାତ ଘୁଷୁରୀ ମାଂସ –
ବେକନ ରେ ନାଇଟ୍ରୋସମାଇନ ଭରପୁର ମାତ୍ରାରେ ରହିଥାଏ l ଅନ୍ୟ ପକ୍ଷରେ ବିୟର ରେ ମଧ୍ୟ ନାଇଟ୍ରୋସମାଇନ ମାତ୍ରl ଅଧିକ ରହିଥାଏ l ତେଣୁ ବିୟର ସହିତ ବେକନ ସେବନ ଦ୍ୱାରା ଗଳା ଓ ପେଟରେ କ୍ୟାନ୍ସର ର କାରଣ ହୋଇପାରେ l ତେଣୁ ସାବଧାନ ରହିବ ଜରୁରୀ l