Odisha news

ମଙ୍ଗଳବାର ଦିନ ଯଦି ପାଠ କରୁଛନ୍ତି ହନୁମାନ ଚାଳିଶା , ତେବେ କରନ୍ତୁ ନାହିଁ ଏହି ସବୁ ଭୁଲ ନଚେତ ପଡିପାରେ ଖରାପ ପ୍ରଭାବ

0
ଭଗବାନ ହନୁମାନ ଙ୍କୁ କଳିଯୁଗ ର ଦେବତା ବୋଲି କୁହାଯାଇ ଥାଏ l ବଜରଙ୍ଗବାଲୀ ଙ୍କୁ ନେଇ ମାନ୍ୟତା ରହିଛି ଯେ ତାଙ୍କୁ ଅମରତ୍ୱ ହେବାର ବରଦାନ ଲାଭ ହୋଇଥିଲା l କୁହାଯାଏ ଯେ କଳିଯୁଗ ରେ ମଧ୍ୟ ପ୍ରଭୁ ହନୁମାନ ଜୀବିତ ଅଛନ୍ତି l ହନୁମାନ ହେଉଛନ୍ତି ମହାଦେବ ଙ୍କର ୧୧ ତମ ରୁଦ୍ର ଅବତାର l ତେଣୁ ସେ ନିଜର ଭକ୍ତ ମାନଙ୍କ ଉପରେ ଖୁବ ସହଜରେ ସନ୍ତୁଷ୍ଟ ହୋଇ ଥାଆନ୍ତି l ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ଭକ୍ତମାନେ ହନୁମାନ ଚାଳିଶା ପାଠ କରି ଥାଆନ୍ତି l
ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ଓ ପିତୃ ଦୋଷ, ମଙ୍ଗଳ ଦୋଷ, ରାହୁ କେତୁ ଦୋଷ ଇତ୍ୟାଦି ରୁ ମୁକ୍ତି ମିଳିଥାଏ l ହନୁମାନ ଚାଳିଶା ପାଠ କରୁଥିବା ବ୍ୟକ୍ତି କିଛିଟା କଥାକୁ ନିହାତି ଧ୍ୟାନ ରଖିବା ଜରୁରୀ l ନଚେତ ଅନେକ ଅସୁବିଧା ଜୀବନ ରେ ଦେଖା ଦେଇଥାଏ l
ହନୁମାନ ଚାଳିଶା ପାଠ କରିବା ସମୟରେ ଏହିସବୁ କଥାକୁ ଧ୍ୟାନ ଦିଅନ୍ତୁ –
– ଯେତେବେଳେ ମଧ୍ୟ ଆପଣ ହନୁମାନ ଚାଳିଶା ପାଠ କରୁଛନ୍ତି ସେହି ସମୟରେ ନିଜ ଧ୍ୟାନ କୁ ହନୁମାନ ଙ୍କ ଚରଣ ଯୁଗଳ ରେ ରଖନ୍ତୁ l ଏହା ଖୁବ ଫଳପ୍ରଦ ଅଟେ , ଏହାଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତି ମାନଙ୍କର ବିନାଶ ହୋଇଥାଏ l
– ଆପଣ ଯେବେବି ହନୁମାନ ଚାଳିଶା ପାଠ କରୁଛନ୍ତି ଲଗାତାର ୪୦ ଦିନ ପର୍ଯ୍ୟନ୍ତ କରନ୍ତୁ ଏବଂ ମଙ୍ଗଳବାର କିମ୍ବା ଶନିବାର ରୁ ହିଁ ପାଠ କରିବା ଆରମ୍ଭ କରନ୍ତୁ l ଏହି ଦୁଇଦିନ ହନୁମାନ ମନ୍ଦିର ମଧ୍ୟ ଯିବା ଖୁବ ଶୁଭ ହୋଇଥାଏ l
– ହନୁମାନ ଚାଳିଶା ପାଠ କରିବା ସମୟରେ ତାମସିକ ଭୋଜନ ଯେପରିକି ମାଂସ ମଦୀରା ଠାରୁ ଦୁରେଇ ରହିବା ଉଚିତ l ମଙ୍ଗଳବାର ଦିନ ପାଠ କରିବା ପୂର୍ବରୁ ହନୁମାନଙ୍କ ନିକଟରେ ସିନ୍ଦୁର ଚମେଲୀ ତେଲ ଅର୍ପଣ କରନ୍ତୁ l ନହେଉ ଥିବା କାର୍ଯ୍ୟରେ ମଧ୍ୟ ସଫଳତା ଲାଭ କରିବେ l
– ଯେବେବି ଆପଣ ହନୁମାନ ଚାଳିଶା ପାଠ କରିବାକୁ ବସୁଛନ୍ତି ସେହି ସମୟରେ ସର୍ବ ପ୍ରଥମେ ଭଗବାନ ରାମଙ୍କ ନାମ ସ୍ମରଣ କରନ୍ତୁ l କାହିଁକି ନା ରାମ ନାମ ସ୍ମରଣ କରିବା ଦ୍ୱାରା ବଜରଙ୍ଗବାଲୀ ସନ୍ତୁଷ୍ଟ ହୋଇ ଥାଆନ୍ତି l
– ଯେଉଁ ବ୍ୟକ୍ତି ନିୟମିତ ହନୁମାନ ଚାଳିଶା ପାଠ କରିଥାଏ ସେ ଗୋଟିଏ ସାତ୍ଵିକ ଭୋଜନ ଓ ପବିତ୍ର ମନରେ ରହିବା ଉଚିତ l ଯେପରିକି ପରନିନ୍ଦା କରିବା ଉଚିତ ନୁହେଁ , ପର ପ୍ରତି ହିଂସା କରିବା ଠିକ ନୁହେଁ , ପର ଆଲୋଚନା କରିବା ଆଦୌ ଠିକ ନୁହେଁ l କାହିଁକି ନା ଏହି ସମସ୍ତ ଭାବନା ଆମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l
– ଯେବେବି ହନୁମାନ ଚାଳିଶା ପାଠ କରୁଛନ୍ତି ଶାନ୍ତ ମନରେ ଓ ଶୁଦ୍ଧ ମନରେ କରିବା ଆବଶ୍ୟକ l ଏହାର ଜୀବନ ଉପରେ ଖୁବ ଭଲ ପ୍ରଭାବ ପଡିଥାଏ ଓ ଜୀବନ ରୁ ବାଧା ବିଘ୍ନ ଦୂର ହୋଇଥାଏ l

Leave A Reply