Odisha news

ମହୁମାଛି ଆକ୍ରମଣ ରେ ତିନି କଲେଜ ଛାତ୍ରୀ ଗୁରୁତର

0

ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟ ରୁ ଘରକୁ ଆଜି ଅପରାହ୍ନରେ ଫେରୁଥିବା ବେଳେ ଚିନିଶିଳ୍ପ ର କ୍ୱାଟର ନିକଟରେ  ତିନିଜଣ ଯୁକ୍ତ ଦୁଇ କଲେଜ ଛାତ୍ରୀ ମହୁମାଛି ଆକ୍ରମଣ ର ଶିକାର ହୋଇଛନ୍ତି। ମହୁମାଛି ଆକ୍ରମଣ ରେ ଅଚେତ ପ୍ରାୟ ଥିବା ଛାତ୍ରୀ ଙ୍କୁ ସ୍ଥାନୀୟ ଲୋକ  ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ତିନି କଲେଜ ଛାତ୍ରୀ ହେଲେ ଚିନିଶିଳ୍ପ ନୂଆଗାଁ ର  କୋଏଲ ନାହାକଓ ଦୀପ୍ତି ରାଣୀ ମହାନ୍ତି ଏବଂ ବେଣିଆ ଗ୍ରାମର  ପ୍ରିୟଙ୍କା ନାହାକ । ସମସ୍ତ ଙ୍କୁ ଆସିକା ମେଡ଼ିକାଲ ରେ ଚିକିତ୍ସା କରାଯାଇଛି। ସୁସ୍ଥ ହେବାପରେ ତିନି ଛାତ୍ରୀ ଙ୍କୁ ସେମାନଙ୍କ ଘରକୁ ଫେରିଛନ୍ତି।

Nalco
Leave A Reply