ଆଠଗଡ଼ ତା ୪-୧୧-୨୩ ଆଠଗଡ଼ କୃଷି ଓ କୃଷକର ବିକାଶ ପାଇଁ ଆଠଗଡ଼ ମହୋତ୍ସବ ପଡିଆଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଆୟୋଜନ କରାଯାଇଥିଲା। ଏହି ମେଳାରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସଭାପତିତ୍ଵ କରିଥିଲେ ।ମେଳାର ମୁଖ୍ୟ ଉଦ୍ଦେଶ୍ୟ କୃଷକମାନେ କିପରି ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ କରିପାରିବେ। ଏହା ତିନି ଦିନ ଧରି ଚାଲିଥିବା ବେଳେ ଶନିବାର ମେଳାର ଉଦଯାପନି ଦିବସରେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଯୋଗଦେଇ କୃଷି ଯନ୍ତ୍ରପାତି କୃଷକ ମାନଙ୍କର ସାମଗ୍ରିକ ବିକାଶ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଏହି ମେଳାରେ ୪୦ ଗୋଟି ଷ୍ଟଲ ଖୋଲାଯାଇଥିଲା। ଚାଷୀ ମାନଙ୍କ ଚାହିଦା ଅନୁଯାୟୀ ପ୍ରାୟ ୪୦ଲକ୍ଷ ୭୦ ହଜାର କୃଷି ଯନ୍ତ୍ରପାତି ବିକ୍ରି ହେଇଛି।
ଏହି ଉପଖଣ୍ଡ ସ୍ତରୀୟ ଯନ୍ତ୍ରପାତି ମେଳା ତିନିଦିନ ଧରି ଚାଲିଥିଲା। ଚାଷ ସମ୍ପର୍କୀୟ ବିଭିନ୍ନ ଯୋଜନାରେ ଅଧିକରୁ ଅଧିକ ସଂଖ୍ଯକ ଚାଷୀ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ରିହାତିର ସୁବିଧା ଯେପରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଅଗ୍ରଣୀ ଚାଷୀମାନେ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଗୋପାଳନ, କୁକୁଡା ପାଳନ, ଛେଳି, ମେଣ୍ଢା ଚାଷ କରୁଥିବା ଅଗ୍ରଣୀ ଚାଷୀ ଭାଇମାନେ ବ୍ୟବସାୟିକ ଭିତ୍ତିରେ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଅଗ୍ରଣୀ ଚାଷୀ ଭାଇମାନେ ଏହାର ସୁଫଳ ପାଇଁ ଆଗେଇ ଆସନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଆଠଗଡ ଉପଖଣ୍ଡର କୃଷି ଯନ୍ତ୍ରପାତି ବ୍ୟବହାର କରି ସଫଳ ହୋଇଥିବା ଆଠ ଜଣ ଚାଷୀଙ୍କୁ ମାନ୍ୟବର ମନ୍ତ୍ରୀ ମାନପତ୍ର ପ୍ରଦାନ କରିଥିଲେ।, ଏହି କାର୍ଯ୍ୟକ୍ରମ ରେ ଡଃ ଶୁଭଶ୍ରୀ ନାୟକ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିଭୁ ରଞ୍ଜନ ଦାସ, ଜିଲ୍ଲା କୃଷି ଅଧିକାରୀ ପଶୃରାମ ବେହେରା ,ଇତିଶ୍ରୀ ରଥ, ଦେବଦତ୍ତ ଦାସ୍ ମହାପାତ୍ର, ପ୍ରଶାନ୍ତ କୁମାର ଜେନା, ନିରାକାର ଲେଙ୍କା, ରବିନ୍ଦ୍ରନାଥ ରାଉତ,ସନାତନ ବେହେରା, ଦେବୀ ପ୍ରସାଦ ପୃଷ୍ଟି , ରାକେଶ କୁମାର ରାଉତ, ଶିବାଶିଷ ମିଶ୍ର, ନିର୍ମଳ କୁମାର ନାୟକ, ଧନଞ୍ଜୟ ରାଉତ ଙ୍କ ସହିତ ତିନି ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କୃଷି ଅଧିକାରୀ ପଶୃରାମ ବେହେରା ଅତିଥି ପରିଚୟ କରିଥିଲେ ଏବଂ ଶେଷରେ ଆଠଗଡ ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
