ବେଗୁନିଆ ,୪/୧୧ : ଆଦର୍ଶ ବିଦ୍ୟାଳୟ ଆଗରେ ବେଗୁନିଆ ଜେ ଏମ୍ ଏଫ ସି ନୂତନ ଗୃହ ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଏବଂ ଆଡ଼ମିନିଷ୍ଟ୍ରେଟିଭ ଜଜ ଆଜି ଅପରାହ୍ନ ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ପରେ ତହସିଲ କାର୍ଯ୍ୟାଳୟ ଆଗରେ ହୋଇଥିବା ଜେ ଏମ୍ ଏଫ ସି କୋର୍ଟ କୁ ଉଦଘାଟନ କରି କୋର୍ଟ ପରିସର ବୁଲି ଦେଖିଥିଲେ ।ଏହି ଉପଲକ୍ଷେ କୋର୍ଟ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା ।ଉଚ୍ଚ ନ୍ୟାୟାଳୟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ , ଆଡ଼ମିନିଷ୍ଟ୍ରେଟିଭ ଜଜ ଦେବବ୍ରତ ଦାଶ ଏବଂ ବେଗୁନିଆ ଆଡଭୋକେଟ ଆସୋସିଏସନର ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ମଞ୍ଚାସିନ ଥିଲେ ।ବେଗୁନିଆ ତହସିଲ ଅଞ୍ଚଳକୁ ନେଇ ଏହି କୋର୍ଟ କାର୍ଯ୍ୟ ସମ୍ପାଦନ କରିବା ସହିତ ଅଞ୍ଚଳର ଲୋକମାନେ ଯେଉଁ ଅଯଥା ହଇରାଣ ହରକତ ଏବଂ ଖର୍ଚ୍ଚ।ନ୍ତ ହୋଇ ଖୋର୍ଦ୍ଧା ଧାଉଁଥିଲେ ଆଜିଠାରୁ ଆଉ ଧାଇଁବାକୁ ପଡ଼ିବନି ବୋଲି କହିଥିଲେ ।ଜିଲ୍ଲାପାଳ ଯେତେଶିଘ୍ର ଜମି ଯୋଗାଇଦେବେ ସେତେଶିଘ୍ର ବୋଲଗଡ଼ ରେ ଏହି ଜେ ଏମ୍ ଏଫ ସି କୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ବିଚାରପତି କହିଥିଲେ ।ଅଞ୍ଚଳର ୨୪୧ଟି କ୍ରିମିନାଲ ଏବଂ ୧୦୬ଟି ସିଭିଲ କେଶ ରହିଥିବାବେଳେ ତାର ତୁରନ୍ତ ସମାଧାନ ହେବ ବୋଲି କହିଥିଲେ ।ଲୋକମାନେ ଯେପରି ତ୍ୱରିତ ନ୍ୟାୟ ପାଇବେ ତା ଉପରେ ଗୁରୁତ୍ୱ ଦେବା ପାଇଁ ସେ କହିଥିଲେ ।କୋର୍ଟ ଖୋଲିବା କ୍ଷେତ୍ରରେ ଯଦି କିଛି ସମସ୍ୟା ରହିଥାଏ ତାର ସମାଧାନ ଆସ୍ତେ ଆସ୍ତେ ହେବ ବୋଲି କହିଥିଲେ ।୨୦୧୮ମସିହାରୁ ଏଠାରେ କୋର୍ଟ କାର୍ଯ୍ୟକ୍ଷମ ହେବା ପାଇଁ ଥିବାବେଳେ ବିଭିନ୍ନ ଅସୁବିଧା ଯୋଗୁଁ ୫ ବର୍ଷ ବିଳମ୍ବ ହୋଇଯାଇଥିଲା ।ଜନସାଧାରଣ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ସହଯୋଗରେ ଆଜି କୋର୍ଟ କାର୍ଯ୍ୟକ୍ଷମ ହେବା ସମ୍ଭବ ହୋଇପାରିଛି ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜଜ ନିଶିଥ ନିଶଙ୍କ ,ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ,ଏସ ପି ସିଦ୍ଧାର୍ଥ କଟାରିଆ ,କୋର୍ଟ ମ୍ୟାନେଜର ଶଶିକାନ୍ତ ପ୍ରଧାନ ,ସିଷ୍ଟମ ଅଫିସର ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ,ଖୋର୍ଦ୍ଧା ସିଭିଲ ଜଜ ସିନିୟର ଡିଭିଜନ ସୁନିତା କୁମାରୀ ଖଣ୍ଡେଲୱାଲ ,ଜେ ଏମ୍ ଏଫ ସି ,ଜଟଣୀ ହିତାଶ୍ରୀ ବେହେରା ,ଉଚ୍ଚ ନ୍ୟାୟାଳୟ ର ଭିଜିଲାନ୍ସ ରେଜିଷ୍ଟ୍ରାର ଅଖିଳ ପଶ୍ଚିମ କବାଟ ,ଖୋର୍ଦ୍ଧା ସ୍ପେଶାଲ ପି ପି ରଜନୀକାନ୍ତ ପଟ୍ଟନାୟକ ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଏବଂ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।ବେଗୁନିଆ ଆଡଭୋକେଟ ଆସୋସିଏସନ ତରଫରୁ ଆଇନଜୀବୀ ପ୍ରଦୀପକୁମାର ମଙ୍ଗରାଜ ମୁଖ୍ୟ ବିଚାରପତିଙ୍କୁ ଉତ୍ତରୀୟ ଏବଂ ମୋମେଣ୍ଟ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଆଇନଜୀବୀ ମୁନିରା ବେଗମ ବିଚାରପତି ଦେବବ୍ରତ ଦାଶ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଶେଷରେ ବିଚାରପତି ସୁନିତା କୁମାରୀ ଖଣ୍ଡେଲୱାଲ ଧନ୍ୟବାଦ ଅର୍ପଣ କରି ମୁଖ୍ୟ ବିଚାରପତି ଙ୍କ ଅନୁମତି ନେଇ ସଭା ସାଙ୍ଗ କରାଯାଇଥିଲା ।
