Odisha news

କୂଅରେ ଭାଲୁ

0

ଠାକୁରଗଡ଼: କିଶୋରନଗର ବ୍ଲକ ହଣ୍ଡପା ଥାନା ଟକବା ଗ୍ରାମରେ ଏକ ଖୋଲା କୂଅରୁ ସୋମବାର ଦିନ ବାମୁର ଅଗ୍ନିଶମ ଅଧିକାରୀ ମାନେ ଏକ ବଡ ଭାଲୁ କୁ ଉଦ୍ଧାର କରିଛି । ରବିବାର ରାତିରେ ନିକଟସ୍ଥ ଜଙ୍ଗଲ ରୁ ପାଣି ପିଇବା ପାଇଁ ଏକ ଅଣ୍ଡିରା ଭାଲୁ ଗ୍ରାମାଭିମୁଖୀ ହୋଇଥିଲା । ପରେ ଗ୍ରାମ ଖୋଲା କୂଅରେ ପଡିଯାଇଥିଲା ।

ସକାଳେ କୂଅ ଭିତରେ ଭାଲୁ ଗର୍ଜନ କରୁଥିବା ଗ୍ରାମବାସୀ ମାନେ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ପରେ ଖବର ପାଇ ହଣ୍ଡପା ରେଜଂର ଚୈତନ୍ୟ ବେହେରା, ସହ ବାମୁର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଭାଲୁକୁ ସୁରକ୍ଷିତ ରେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ ।

Leave A Reply

Your email address will not be published.