ଅନୁଗୁଳ : ବିଦୁ୍ୟତ୍ କ୍ଷେତ୍ରର ଘରୋଇକରଣ ଓ ଜନବିରୋଧୀ ବିଦୁ୍ୟତ୍ ବିଲ୍-୨୦୨୦ ପ୍ରତିବାଦରେ ନେସନାଲ କୋଅଡିନେସନ କମିଟି ଅଫ୍ ଇଲେକ୍ଟ୍ରିସିଟି ଇଂଜିନିୟର୍ସ ଏଣ୍ଡ ଏମ୍ପ୍ଲୋଇଜ୍ ଆହ୍ୱାନରେ ୧ ଜୁନ୍ ୨୦୨୦ ସାରାଭାରତ କଳାଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ୍ ସେଣ୍ଟର (ଏ.ଆଇ.ୟୁ.ଟି.ୟୁ.ସି) ସହବନ୍ଧିତ ଅଲ୍ ଇଣ୍ଡିଆ ପାୱାର ମେନସ୍ ଫେଡେରେସନ୍ (ଏ.ଆଇ.ପି.ଏଫ୍) ପକ୍ଷରୁ ଦେଶବ୍ୟାପୀ କଳାଦିବସ ପାଳିତ ହୋଇଯାଇଛି । ବିଦୁ୍ୟତ୍ ସେବା ଭଳି ଅତ୍ୟାବଶ୍ୟକ ଜନକଲ୍ୟାଣକର ସେବା କ୍ଷେତ୍ରକୁ ଘରୋଇକରଣ କରିବା ଫଳରେ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ଓ ବିଦୁ୍ୟତ୍ ଉପଭୋକ୍ତା ମାନେ ଶୋଷଣର ଶୀକାର ହେଉଛନ୍ତି ।
ବିଦୁ୍ୟତ୍ ବିଲ୍-୨୦୨୦ ଆଇନରେ ପରିଣତ ହେଲେ ବିଦୁ୍ୟତ୍ ଉତ୍ପାଦନ, ସରବରାହ ଓ ବଣ୍ଟନ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନୀମାନଙ୍କ ଅଧିନକୁ ଚାଲିଯିବ ଏବଂ କୌଣସି ପ୍ରକାର ସରକାରୀ ନିୟନ୍ତ୍ରଣ ରହିବନାହିଁ । ତେଣୁ ଦେଶବ୍ୟାପୀ ବିଦୁ୍ୟତ୍ ଶ୍ରମିକ କର୍ମଚାରୀମାନେ ଆଜିର ଏହି କଳାଦିବସ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏ.ଆଇ.ୟୁ.ଟି.ୟୁ.ସି ଓ ଏ.ଆଇ.ପି.ଏଫ୍ ସହବନ୍ଧିତ ବାବା ଚମ୍ପେଶ୍ୱର ବିଦୁ୍ୟତ୍ କର୍ମଚାରୀ ସଂଘ ପକ୍ଷରୁ ବିଦୁ୍ୟତ୍ କର୍ମଚାରୀମାନେ ମଧ୍ୟ ଅନୁଗୁଳ ଠାରେ କଳାଦିବସ ପାଳନ କରିଛନ୍ତି । ଆଜିକାର ଏହି କଳାଦିବସ ପାଳନ ବେଳେ ସେସୁରେ ଠିକାଦାର ଓ ଫ୍ରାଞ୍ଚାଇଜ୍ ଅଧୀନରେ କାର୍ଯ୍ୟରତ ସମସ୍ତ ମେଣ୍ଟେନାନ୍ସ ଶ୍ରମିକ, ମିଟର ରିଡର ଓ ବିଦୁ୍ୟତ୍ ବିଲ୍ କଲେକ୍ଟର ମାନଙ୍କୁ ଅବିଳମ୍ବେ କାର୍ଯ୍ୟରେ ନିଯୁକ୍ତି କରିବା ପାଇଁ ଦାବି କରାଯାଇଛି ।
ଯଦି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ସେସୁ କର୍ତ୍ତୃପକ୍ଷ, ଠିକାଦାର ଓ ଫ୍ରାଞ୍ଚାଇଜ୍ ଅଧୀନରେ ଦୀଘବର୍ଷ ଧରି କାର୍ଯ୍ୟ କରିଆସିଥିବା ମେଣ୍ଟେନାନ୍ସ ଶ୍ରମିକ, ମିଟର ରିଡର ଓ ବିଲ୍ କଲେକ୍ଟର ମାନଙ୍କୁ ପୂର୍ବକିରୀ ସର୍ତ୍ତବଳୀ ଠାରୁ ଉନ୍ନତ ସର୍ତ୍ତବଳୀରେ ନିଯୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସଂଘ ପକ୍ଷରୁ ଦାବି ପୂରଣ ପର୍ଯ୍ୟନ୍ତ ଆନେ୍ଦାଳନ କରାଯିବ ବୋଲି ସଂଘର ସଭାପତି ଜୟସେନ ମେହେର, କାର୍ଯ୍ୟକାରୀ ସଭାପତି ମାନସ ପାଳ, ସାଧାରଣ ସମ୍ପାଦକ ଦୀପକ କୁମାର ସିଂହ, ଯୁଗ୍ମ ସମ୍ପାଦକ ପ୍ରତାପ କୁମାର ସାହୁ, କୋଷାଧ୍ୟକ୍ଷ ରଜତ ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ସୁକାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ସରୋଜ କୁମାର ଦେହୁରୀ, ବାଉରୀବନ୍ଧୁ ବେହେରା, ରାଜେଶ ଗୋଛାୟତ, ପ୍ରସନ୍ନ ସେନାପତି, ହରିହର ସାହୁ, ମଳୟ ସାମଲ, ଶ୍ରୀକାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ସାମଲ, ବିକାଶ ଗଡନାୟକ, ଦିଲ୍ଲୀପ ବିଶ୍ୱାଳ, ତୁଷାର କୁମାର ମିଶ୍ର ପ୍ରମୁଖ ଘୋଷଣା କରିଛନ୍ତି ।