କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅଧିନ ଛତାସ୍ଥିତ ପଲିଟେକନିକ୍ କଲେଜକୁ କୋଭିଡ ହସପିଟାଲ ଭାବେ ଘୋଷଣା କରା ଯାଇଥିବାରୁ ଏହାର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ହସପିଟାଲ କତୃପକ୍ଷଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୋମବାର ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଛତା କୋଭିଡ ହସପିଟାଲ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲର କତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେଉ ଥିବାରୁ ଏହାର ଏକ ୩ ଜଣିଆ ଟିମ୍ ଏହି ବୈଠକରେ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସମେତ କୋଭିଡ ହସପିଟାଲ ପକ୍ଷରୁ ଦେବେନ୍ଦ୍ର ସୁଆର, ନିଦେ୍ର୍ଦଶକ ମାନସ କୁମାର ମଲିକ, ଶଶାଙ୍କ ମିଶ୍ର ପ୍ରମୁଖ ଉପସ୍ଥିତ ରହି ହସପିଟାଲ ରେ ଚିକିସôାଧିନ ସଂକ୍ରମିତଙ୍କ ଖାଦ୍ୟ , ପାନୀୟ, ଚିକିସôା, ଆଲୋକ ବ୍ୟବସ୍ଥା ଆଦି ବିଷୟରେ ସମୀକ୍ଷା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଏହି ହସପିଟାଲ ସ୍ଥାପନ ପରେ କରୋନା ଭୂତାଣୁ ସଂକ୍ରମିତ ୧୧୮ ଜଣଙ୍କୁ ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିସôାଧିନ ରହିଛନ୍ତି । ତେବେ ଚିକିସôାଧିନ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଡ଼ଃ ସଚିତାନନ୍ଦ ମିଶ୍ର ସୂଚନା ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ପିଡି ଦିଲିପ କୁମାର ପରିଡା, ନରହରି ସେଠୀ(ରାଜସ୍ୱ), ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଡ଼ଃ ନୃପେନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।