ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତୀବ୍ର ନିନ୍ଦା
ଭୁବନେଶ୍ବର: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କର ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ଏହା ସେମାନଙ୍କର ସମ୍ଭ୍ରାନ୍ତବାଦୀ ଅଚାରଣର ପ୍ରତିଫଳନ ବୋଲି ଶ୍ରୀ ମାଝୀ କହିଛନ୍ତି। ଏଭଳି ଆଚରଣ କରିବା ଓଡ଼ିଶାର ପୂରା ସାନ୍ତାଳୀ ଜନଜାତିକୁ ଅପମାନ। ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। କଂଗ୍ରେସ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର।
