Odisha news

ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ

0
ଭୁବନେଶ୍ଵର/ବରଗଡ଼(Suvendra Pattanaik) : ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରିଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି  ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲ୍ଲାର  ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଅତିରିକ୍ତ ଆୟକଟ ଅଞ୍ଚଳ(ସେଚାଞ୍ଚଳ)କୁ  ଜଳସେଚନ  ସୁବିଧା ଯୋଗାଉଥିବା  ପମ୍ପ ହାଉସ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ  କେତେକ ପାଣି ପଞ୍ଚାୟତର  କର୍ମକର୍ତ୍ତା ସମେତଏହାର ମହିଳା କର୍ମକର୍ତ୍ତାମାନଙ୍କ ସହପାଣି ପଞ୍ଚାୟତର ପରିଚାଳନା ସଂପର୍କରେ ଆଲୋଚନା କରି ରହୁଥିବା ସମସ୍ୟାର ସମାଧାନ  ଦିଗରେଆବଶ୍ୟକ ପରାମର୍ଶ ଦେଇଥିଲେ ।
ଉନ୍ନୟନ କମିଶନର ଏହି ପ୍ରକଳ୍ପ ଅଧିନରେଡୁମେରପାଣି ଓ ସରଣ୍ଡାପାଲି ଠାରେ ଯଥାକ୍ରମେ ୨୦ହେକ୍ଟର ଏବଂ ୨ ହେକ୍ଚର ଚକ ଜମିକୁ ସୁବିଧାରେ ପାଣି ମାଡ଼ିବା ନେଇ ଫ୍ଲସିଂ ଆଉଟ୍ କାର୍ୟ୍ୟ  ପରିଦର୍ଶନ କରିଥିଲେ ।ଏହି ପ୍ରକଳ୍ପରେ ଆଗାମୀ ଖରିଫ ଋତୁରେ ଅତିରିକ୍ତ ଆୟକଟର ସମୁଦାୟ ୫୭୫୦ ହେକ୍ଟର ଜମିକୁ ଜଳସେଚନ କରାଯିବ।ଏହିଜଳ ପରିଚାଳନା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ନିୟନ୍ତ୍ରିତ ( ସ୍କାଡା) ସକ୍ଷମ ବ୍ୟବସ୍ଥା । ଚଳିତ ରବି ଋତୁରେ ଏହି ଆୟକଟରେ ୨୦୦୦ ହେକ୍ଟର ଜମିକୁ ପରୀକ୍ଷାମୂଳକ ଜଳସେଚନ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।

Leave A Reply