Odisha news

ଖୋର୍ଦ୍ଧା ଜିଲ୍ଲାରେ ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ

0

ଭୁବନେଶ୍ୱର (Suvendra Pattanaik) : ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଶୟିକ ଶିକ୍ଷା ବିଭାଗ ଅଧୀନ ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାରେ ବେକାର ଯୁବକ ଯୁବତୀ ନିମନ୍ତେ ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଅଛି l ବିଭିନ୍ନ ତାଲିମ ପ୍ରଦାନକାରି ସଂସ୍ଥା ଦ୍ୱାରା ଯୁବକ ଯୁବତୀ ମାନେ ଆତ୍ମନିର୍ଭରଶିଳ ସ୍ୱାବଲମ୍ବି ହେବା ପାଇଁସ୍ୱଳ୍ପ ମିଆଦି ତାଲିମ ଏବଂ ବିଭିନ୍ନ ତାଲିମ ଓ ନିଯୁକ୍ତି ପ୍ରଦାନକାରି ସଂସ୍ଥା ମାନଙ୍କ ଦ୍ୱାରା ତାଲିମ ଦିଆଯାଇ ନିଯୁକ୍ତି ଦେବା ନିମନ୍ତେ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପନିର୍ଦ୍ଧେଶକ, ଦକ୍ଷତା ବିକାଶ ଏବଂ ନିଯୁକ୍ତି, ଖୋର୍ଦ୍ଧାଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି l ବର୍ତମାନ ରାଜ୍ୟ ସରକାର ନୂଆ ଓଡିଶା କାର୍ଯ୍ୟକ୍ରମରେ ଯେପରି ବହୁଳ ମାତ୍ରlରେ ବେକାର ଯୁବକ ଯୁବତୀ ମାନେ ଯୋଜନାର ଫାଇଦା ପାଇ ପାରିବେ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଉଛି l ନୁଆ ଓଡିଶା ଯୋଜନାରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯାଇ ବିଭିନ୍ନ ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରାଯିବ l ଯୁବକ ଯୁବତୀ ମାନଙ୍କ ବୟଷ 18 ରୁ 35 ବର୍ଷ ଏବଂ ଶିକ୍ଷା୍ଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ l ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆବାସିକ ଏବଂ ଅଣଆବାସିକ ତାଲିମ ପାଇଁ ସୁବିଧା ଉପଲବ୍ଧ ଅଛି l ରହିବା, ଖାଇବା, ତାଲିମ ପୋଷାକ ଏବଂ ତାଲିମ ଖର୍ଚ ସରକାର ବହନ କରିବେ l ସମସ୍ତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ସ୍ୱଳ୍ପ ମିଆଦି ଦେଢ଼ ମାସରୁ 6 ମାସ ମଧ୍ୟରେ ଅଟେ l ତାଲିମ ଗୁଡିକୁ ଜାତୀୟ ମାଧ୍ୟମିକ ଧନ୍ଦା ମୂଳକ ପ୍ରଶିକ୍ଷଣ ନିୟମାନୁଯାଇ ପ୍ରମାଣିତ କରାଯିବ l ତାଲିମ ସମାପ୍ତ ପରେ ତାଲୀମାର୍ଥୀ ମାନଙ୍କ ପ୍ରଶିକ୍ଷଣ ଦକ୍ଷତାକୁ ମାପକ କରି ଏନ ସି ଭି ଟି ସାର୍ଟିଫିକେଟ ପ୍ରଦାନ କରାଯିବ l ସମସ୍ତ ପାଶ କରିଥିବା ଯୁବକ ଯୁବତୀ ମାନଙ୍କୁ 3 ମାସ ମଧ୍ୟରେ ବିଭିନ୍ନ ନିଯୁକ୍ତି ପ୍ରଦାନ ସଂସ୍ଥା ମାନଙ୍କରେ ନିଯୁକ୍ତି ନିମନ୍ତେ ସୁଯୋଗ ପ୍ରଦାନ କରାଯିବ l ପ୍ରକାଶ ଥାଉକି ନୁଆ ଓଡିଶା ଯୋଜନା ଅଧୀନ ସ୍ୱଳ୍ପ ମିଆଦି ତାଲିମ କାର୍ଯ୍ୟ କ୍ରମରେ 4 ଗୋଟି ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନକାରି 11ଗୋଟି ସଂସ୍ଥା ଜିଲ୍ଲାରେ କାର୍ଯ୍ୟ କରୁଅଛି l ବିସ୍ତୃତ ତଥ୍ୟ ପାଇବା ନିମନ୍ତେ ଉପନିର୍ଦ୍ଧେଶକ,ଦକ୍ଷତା ବିକାଶ ଏବଂ ନିଯୁକ୍ତି,ଖୋର୍ଦ୍ଧା ମୋବାଇଲ ନମ୍ବର 9437584546 ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି l

Leave A Reply