ଅକ୍ଟୋବର୨୩ରୁ୨୫ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶାଗସ୍ତ କାର୍ୟ୍ୟକ୍ରମ ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, ୧୫/୧୦/୨୪ : ଚଳିତଅକ୍ଟୋବର୨୩ରୁ୨୫ତାରିଖ ପର୍ୟ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ପରି ପ୍ରେକ୍ଷୀରେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଯୋଗଦେଇଥିବାବେଳେ ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ଜିଲ୍ଲାପାଳ, ପୁରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ପ୍ରସ୍ତୁତିସଂପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଆଜି ସୁଦ୍ଧା ମିଳିଥିବା ଗସ୍ତ କାର୍ୟ୍ୟ ସୂଚୀ ଅନୁସାରେ ଅକ୍ଟୋବର୨୩ତାରିଖ ସକାଳ ୯ ଟା ୨୫ ମିରେ ମାନ୍ୟବର ରାଷ୍ଟ୍ରପତି ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ବାହାରି ସେଦିନ ପୂର୍ବାହ୍ନ୯ ଟା ୫୫ ମି ରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ହେଲିପ୍ୟାଡ ଠାରେ ପହଞ୍ଚି ସେଠାରେ ଆୟୋଜିତ କାର୍ୟ୍ୟକ୍ରମରେ ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସୀମାଧ୍ୟମରେ ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା କେନ୍ଦ୍ର,ଦାଣ୍ଡ ବୋଷ ଏୟାର ଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ।
ବାଙ୍ଗିରି ପୋଷି କାର୍ୟ୍ୟକ୍ରମ ପରେ ସେଦିନ ମଧ୍ୟାହ୍ନ ୧୨.୦୦ଟା ରେ ମାନ୍ୟବର ରାଷ୍ଟ୍ରପତି ରଙ୍ଗମାଟିଆ ହେଲିପ୍ୟାଡରେ ଓଲ୍ଲାଇ ନିକଟସ୍ଥ ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ ।ଦିନ୧ ଟା ୧୦ରୁ୧ ଟା ୪୦ମଧ୍ୟରେମାନ୍ୟବରରାଷ୍ଟ୍ରପତିଉପରବେଡା ସ୍ଥିତଘରେରହିଗ୍ରାମବାସୀଙ୍କସହଆଲୋଚନାକରିବେ।ରାଇରଙ୍ଗପୁରରେମଧ୍ୟାନ୍ନ ଭୋଜନପରେସେସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେଏଏଲଏସ୍ ଟ୍ରଷ୍ଟତରଫରୁପ୍ରଦତ୍ତଆମ୍ବୁଲାନ୍ସକୁପତାକାଦେଖାଇଲୋକାର୍ପଣକରିବେ।ପରେପରେସେସ୍ଥାନୀୟମହିଳାମହାବିଦ୍ୟାଳୟଗସ୍ତ କରି ଛାତ୍ରଛାତ୍ରୀଓଅଧ୍ୟାପକ ଅଧ୍ୟାପିକାମାନଙ୍କସହଭାବବିନିମୟକରିବେ।ସଂଧ୍ୟାରେରାଇରଙ୍ଗପୁରସ୍ଥିତପୁଣ୍ୟେଶ୍ୱର ମହାଦେବମନ୍ଦିରଯାଇନବନିର୍ମିତ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିଅନାବରଣକରିବେ ଏବଂସେଦିନସେ ରାଇରଙ୍ଗପୁରରେ ଅବସ୍ଥାନକରିବେ ୨୪ତାରିଖସକାଳୁମାନ୍ୟବରରାଷ୍ଟ୍ରପତିରାଇରଙ୍ଗପୁରରୁ ବାହାରିଦାଣ୍ଡବୋଷବିମାନବନ୍ଦରରୁବାୟୁସେନାହେଲିକପ୍ଟରଯୋଗେପୁରୀଅଭିମୁଖେ ଯାଇ୧୦.୪୫ରେତାଳବଣିଆସ୍ଥିତହେଲିପ୍ୟାଡରେଓହ୍ଲାଇସେଠାରୁଶ୍ରୀମନ୍ଦିରଯାଇଶ୍ରୀଜିଉମାନଙ୍କୁଦର୍ଶନଓଆରତୀକରିବେ।ସେଦିନ ୧୨ ଟା ୧୦ରେ ପୁରୀ ସ୍ଥିତ ଗୋପବନ୍ଧୁଆୟୁର୍ବେଦ ମହାବିଦ୍ୟାଳୟର୭୫ତମବାର୍ଷିକଉତ୍ସବରେଯୋଗଦେବେ।ଅପରାହ୍ଣରେଭୁବନେଶ୍ୱରଫେରି୪ ଟା ୧୫ରେଓଡ଼ିଶାକୃଷିଓବୈଷୟିକ ବିଶ୍ୱବିଦ୍ୟାଳୟର୪୦ତମସମାବର୍ତ୍ତନଉତ୍ସବରେଯୋଗଦେବେଏବଂସଂଧ୍ୟା୬ଟାରେନବ ନିର୍ମିତ ବିଚାରବିଭାଗୀୟକୋର୍ଟକମ୍ପ୍ଲେକ୍ସର ଶୁଭଉଦ୍ଘାଟନକରିବାର କାର୍ୟ୍ୟକ୍ରମ ରହିଛି ।୨୪ତାରିଖରେମାନ୍ୟବରରାଷ୍ଟ୍ରପତିରାଜଭବନରେରାତ୍ରୀଯାପନକରିବେ ଏବଂ ୨୫ତାରିଖସକାଳ୯.୩୦ରେନୀଳାଦ୍ରୀବିହାରସ୍ଥିତପଣ୍ଡିତ ରଘୁନାଥମୁର୍ମୁଙ୍କନୂତନପ୍ରତିମୂର୍ତ୍ତିରଅନାବରଣ କରିବେ। ପୂର୍ବାହ୍ନ ୧୦.୨୦ରେସେଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱରବିମାନବନ୍ଦରରୁରାୟପୁରଅଭିମୁଖେଯାତ୍ରାକରିବାର କାର୍ୟ୍ୟକ୍ରମ ରହିଛି ।
ମାନ୍ୟବରରାଷ୍ଟ୍ରପତିଙ୍କଗସ୍ତକାର୍ୟ୍ୟକ୍ରମକୁସୁଚାରୁରୂପେଅନୁଷ୍ଠିତକରାଯିବାକୁମୁଖ୍ୟଶାସନସଚିବବିଭିନ୍ନ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଲୋଚନା କରିସଂପୃକ୍ତବିଭାଗୀୟରସଚିବଓଅନୁଷ୍ଠାନମାନଙ୍କୁଆବଶ୍ୟକନିର୍ଦ୍ଦେଶଓପରାମର୍ଶଦେଇଛନ୍ତି।ମାନ୍ୟବରରାଷ୍ଟ୍ରପତିଙ୍କ ବ୍ୟସ୍ତ ବହୁଳ କାର୍ୟ୍ୟସୂଚୀଥିବାରୁପ୍ରତ୍ୟେକକାର୍ୟ୍ୟକ୍ରମକୁ ସମୟନିର୍ଘଣ୍ଟଅନୁସାରେସାରିବାକୁ ଥିବାରୁ ତଦନୁସାରେ ପ୍ରସ୍ତୁତି କରିବାକୁନିର୍ଦ୍ଦେଶଦିଆଯାଇଛି।ବୈଠକରେ ମାନ୍ୟବରରାଷ୍ଟ୍ରପତିଙ୍କବିଭିନ୍ନସ୍ଥାନରେସାମୟିକ ରହଣିବ୍ୟବସ୍ଥା, ସୁରକ୍ଷା, ସଡ଼କପଥରେଯାତ୍ରାବେଳେକାରକେଡ୍ବ୍ୟବସ୍ଥା, ବିମାନଓହେଲିକପ୍ଟରର ସୁରକ୍ଷା, ଚିକିତ୍ସାଓସ୍ୱାସ୍ଥ୍ୟସହାୟତା, ଆବଶ୍ୟକରାସ୍ତାମରାମତି, ପରିମଳବ୍ୟବସ୍ଥା, ନିରବଚ୍ଛିନ୍ନବିଦ୍ୟୁତସରବରାହ, ବିଭିନ୍ନଉତ୍ସବସ୍ଥଳରେନିରବଚ୍ଛିନ୍ନପାନୀୟଜଳଯୋଗାଣ, ମଞ୍ଚପ୍ରସ୍ତୁତି, ଆବଶ୍ୟକପାସ୍ ବ୍ୟବସ୍ଥା, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେପ୍ରଚାରପ୍ରସାର, ଅଗ୍ନିନିର୍ବାପକବ୍ୟବସ୍ଥା, ଦର୍ଶକଓଅତିଥିଙ୍କପାଇଁସାମିଆନା ସହ ବସିବା ବ୍ୟବସ୍ଥାଆଦି ସଂପର୍କରେବୈଠକରେବିସ୍ତୃତଆଲୋଚନାକରାଯାଇଥିଲା।
ଜିଲ୍ଲାପାଳମୟୁରଭଞ୍ଜ, ଜିଲ୍ଲାପାଳପୁରୀଏବଂଜିଲ୍ଲାପାଳଖୋର୍ଦ୍ଧାଙ୍କୁ ନିଜନିଜଜିଲ୍ଲାରେମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମରସୁପରିଚାଳନାପାଇଁତଦାରଖପାଇଁନିର୍ଦ୍ଦେଶଦିଆଯାଇଛି।ଅଦ୍ୟାବଧି ପ୍ରାପ୍ତ ସୂଚନା ଅନୁସାରେ ସମସ୍ତ ପ୍ରସ୍ତୁତି କରିବାକୁ ବୈଠକରେ ସଂପୃକ୍ତ ସମସ୍ତ ବିଭାଗୀୟ ସଚିବ ଓ ଅନୁଷ୍ଠାନମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ଓ ତଦାରଖ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି ।କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ୟ୍ୟ କରିବ । ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ ଶର୍ମା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ୍ ଉପସ୍ଥାପନା କରିଥିଲେ ।