Odisha news

ଲାବଣ୍ୟ ଥିଏଟର ର ୪୦ ତମ ନାଟକ “ସୁଲତାନ “ପରିବେଷଣ।

0

ଭୁବନେଶ୍ୱର (Suvendra Pattanaik) : ରାଜ୍ୟ ସଦର ମହକୁମା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠା ରେ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଲାବଣ୍ୟ ଥିଏଟର ର ୪୦ ତମ ନାଟକ ସୁଲତାନ ପରିବେଷିତ ହୋଇଯାଇଅଛି।ଲାବଣ୍ୟ ର ଏହି ୪୦ ତମ ନାଟ୍ୟ ଉତ୍ସବକୁ ଅତିଥି ଭାବେ ଯୋଗଦେଇ କଳିଙ୍ଗ ନାଟ୍ୟ ସଂଘ ସଭାପତି ତଥା ପ୍ରତିଷ୍ଠାତା ଶତାବ୍ଦୀର କଳାକାର ଅନୁଷ୍ଠାନର ଶ୍ରୀ ଧୀର ମଲ୍ଲିକ, ସଭାପତି ଲାବଣ୍ୟ ଥିଏଟର ଡ. ନାରାୟଣ ସାହୁ, ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ଜେନା, ଖ୍ୟାତନାମା ବରିଷ୍ଠ ନାଟ୍ୟ କାର ଶ୍ରୀ ନରେନ୍ଦ୍ର ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଲାବଣ୍ୟ ଥିଏଟର ର ସମସ୍ତ ନାଟକକୁ ଭୂୟସୀ ପ୍ରଶଂସା କରିବା ସହ ସୁଲତାନ ନାଟକ ମୋଗଲ ଶାସନ ସମୟରେ ହିନ୍ଦୁ ମୁସଲମାନ ମଧ୍ୟରେ ଥିବା ଭାଇଚାରା ର ପରମ୍ପରା ମାନବ ସମାଜର ହିତ ସାଧନ ରେ ସବୁ ସମୟରେ ସଂସ୍କୃତିର ବାର୍ତ୍ତା ବହନ କରିବ ବୋଲି ପ୍ରକାଶ କରିଥିଲେ। ଲାବଣ୍ୟ ଥିଏଟର ର ଏହି ୪୦ ତମ ନାଟକ ପରିବେଷଣ ରେ ପୁରୁଷ ଚରିତ୍ରରେ ଦେଵୀ ପ୍ରସାଦ, ଚିରଞ୍ଜିବୀ, ସୌମ୍ୟ ରଂଜନ, ସାରଦା, ସୁଶାନ୍ତ ମୁନା ପ୍ରମୁଖ ଏବଂ ନାରୀ ଚରିତ୍ରରେ ପ୍ରତିମା, ଶୁଭସ୍ମିତା, କଳ୍ପନା ପ୍ରମୁଖ ଅଭିନୟ କରିଥିଲେ। ନାଟକର ମଞ୍ଚ ସଜ୍ଜା ତ୍ରୀମୂର୍ତ୍ତି ଆର୍ଟସ, ପୋଷାକ ଓ ରୂପ ସଜ୍ଜା ମାମା ଏବଂ ଲୋକନାଥ ବାରିକ,ସଙ୍ଗୀତ :ରାଜ, ଆଲୋକ ସଜ୍ଜା ସଞ୍ଜୟ ପ୍ରଧାନ, ସହ ନିର୍ଦ୍ଦେଶନା ଚିରଞ୍ଜିବୀ ଏବଂ ନିର୍ଦ୍ଦେଶନା ସତ୍ୟ ନାରାୟଣ ଜେନା ପ୍ରଦାନ କରିଥିଲେ। ନାଟକକୁ ବହୁ ନାଟ୍ୟ ପ୍ରେମୀ,କଳାକାର ବହୁ ସଂଖ୍ୟାରେ ଯୋଗଦେଇ ଉପୋଭୋଗ କରିଥିଲେ।ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଭୁବନେଶ୍ୱର।

Nalco
Leave A Reply