Odisha news

ଆବୁ ଧାବିରୁ ଓଡିଆ ଯୁବକଙ୍କ ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

0

ଭୁବନେଶ୍ବର, ୦୧।୧୦- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆବୁ ଧାବିରୁ ଓଡିଆ ଯୁବକ ବଳରାମ ଗଉଡଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବାପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର ଗ୍ରାମର ଅରକ୍ଷିତ ଗଉଡଙ୍କ ପୁଅ ବଳରାମ ଆବୁ ଧାବିର ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟରତ ଥିଲେ । ଗତ ୨୪ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସେଠାରେ ରୁହୁଥିବା ଜଣେ ସହକର୍ମୀ ପରିବାର ଲୋକଙ୍କୁ ଜଣାଇଥିଲେ। ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକ ମରଶରୀର ଫେରାଇ ଆଣିବା ପାଇଁ ଚାରିଆଡୁ ଚେଷ୍ଟା କରି ବିଫଳ ହେବାପରେ ଉପାୟଶୂନ୍ୟ ପରିବାର ଲୋକ ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ରଙ୍କ ଜରିଆରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରାଇବା ସହ ଏକ ପତ୍ର ଲେଖି ବଳରାମଙ୍କ ମରଶରୀର ଯଥାଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।

Leave A Reply