Odisha news

କେନ୍ଦ୍ର କ୍ୟାବିନେଟରେ ନୂଆ ରେଳ ଲାଇନ ମଞ୍ଜୁରୀରେ ଓଡ଼ିଶାକୁ ପ୍ରାଧାନ୍ୟ ,15,000 କୋଟି ଟଙ୍କାର ଉପହାର ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ କରିବ- ଧର୍ମେନ୍ଦ୍ର ପ୍ରଧାନ

0

·        ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ

·        ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଏବଂ ସହରୀ ଯୋଜନା 5 ବର୍ଷ ସମ୍ପ୍ରସାରଣ ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ

·        ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ଗୁଡିକରେ ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ

·        ଏକବିଂଶ ଶତାବ୍ଦୀରେ ନୂଆ ଭିତ୍ତିଭୂମିର ଢାଞ୍ଚା ପୂର୍ବୋଦୟ ଯୋଜନାରେ ସାକାର ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ 09 – ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ପୂର୍ବ ଭାରତ ରାଜ୍ୟ ସମୂହ ବିଶେଷତଃ ଓଡ଼ିଶାବିହାରଝାଡଖଣ୍ଡଛତିଶଗଡ଼ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ରେଳ ଯୋଗାଯାଗକୁ ସଦୃଢ କରିବା ପାଇଁ ପ୍ରାୟ 17, 500 କୋଟି ଟଙ୍କା ଏବଂ କେବଳ ଓଡ଼ିଶାକୁ 15,000 କୋଟି ଟଙ୍କାର ଉପହାର ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ଯୋଜନାରେ ମୋଦୀ ସରକାରଙ୍କ ବଡ଼ ଉପହାର ଦିଆଯାଇଛି । ଓଡ଼ିଶାର ପ୍ରମୁଖ ଆକାଂକ୍ଷୀ ପ୍ରକଳ୍ପ ଯଥା ବାଦାମପାହାଡ- କେନ୍ଦୁଝରଗଡ଼, ବାଙ୍ଗିରିପୋଷୀ- ଗୋରୁମହିଷାଣୀ, ଗୁଣୁପୁର- ଥେରୁବାଲି, ଜୁନାଗଡ଼- ନବରଙ୍ଗପୁର, ମାଲକାନଗିରି- ପାଣ୍ଡୁରଙ୍ଗାପୁରମ ଆଦି ଅନେକ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁର ଦେଇଛି  । ଏହା ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ଗୁଡିକରେ ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଗୋପାଳପୁର ଏବଂ ଧାମରା ବନ୍ଦର ସହ ସଂଯୋଗୀକରଣ ବୃଦ୍ଧି ହେବ । ଯାତ୍ରୀ ସୁବିଧା ସହ ମାଲବାହୀ ପରିବହନ ସହଜ ହେବ । ଓଡ଼ିଶା ଓ ପଡୋଶା ରାଜ୍ୟର ଶିଳ୍ପାଞ୍ଚଳର ବିକାଶ ହେବ । ଏକବିଂଶ ଶତାବ୍ଦୀରେ ନୂଆ ଭିତ୍ତିଭୂମିର ଢାଞ୍ଚା ପୂର୍ବୋଦୟ ଯୋଜନାରେ ସାକାର ହେବ ।

ସେହିପରି ସମଗ୍ର ଭାରତବର୍ଷର ସବୁ ଗରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଏବଂ ସହରୀ ଯୋଜନାର ସମୟ ସୀମାକୁ ଆସନ୍ତା ବର୍ଷ ବୃଦ୍ଧି କରାଯାଇଛି ।  ଉଭୟ ଗ୍ରାମୀଣ ଓ ସହର ପାଇଁ ମୋଟ କୋଟି ଘର ନିର୍ମାଣ ପାଇଁ ଲକ୍ଷ 36 ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ନିଷ୍ପତି ଦ୍ୱାରା ବିଶେଷତଃ ଓଡ଼ିଶାର ଗରିବ ତଥା ଯୋଗ୍ୟ ହିତାଧିକାରୀମାନେ ପକ୍କା ଘର ପାଇପାରିବେ । ସେମାନେ ବିଶେଷ ଉପକୃତ ହେବ । ଏହି ଯୁଗାନ୍ତକାରୀ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

Nalco

Leave A Reply