ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କ ବିଜେପିରେ ଯୋଗଦାନ
ସଂଗଠନକୁ ଆହୁରି ମଜବୁତ ଓ ସମୃଦ୍ଧ କରିବ: ମନମୋହନ ସାମଲ
ଶ୍ରୀମତୀ ମମତା ମହନ୍ତଙ୍କୁ ଶଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୦୨/୦୮: ଓଡିଶାବାସୀ, ମୟୂରଭଞ୍ଜ ଜିଲ୍ଲାବାସୀ, କୁଡୁମୀ ସମାଜ ତଥା ଅଧିକରୁ ଅଧିକ ଲୋକଙ୍କ ସେବା ପାଇଁ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ଗତକାଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସାଂସଦ ଅନୀତା ଶୁଭଦର୍ଶୀନି, ଶ୍ରୀମତୀ ମାଳବିକା ଦେବୀ, ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଶ୍ରୀ ବଳଭଦ୍ର ମାଝୀ, ଶ୍ରୀ ନବଚରଣ ମାଝୀ, ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସଦସ୍ୟତାପତ୍ର ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଶ୍ରୀମତୀ ମହନ୍ତଙ୍କ ଯୋଗଦାନକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସ୍ୱାଗତ ଜଣାଇବା ସହିତ ଶ୍ରୀମତୀ ମହନ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିବାରୁ ଆଜି ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ ସମ୍ଭବ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ସାଧାରଣ ଲୋକଙ୍କ ବିଜେପି ସରକାରର ଦଳୀୟ ସଂଗଠନକୁ ଆହୁରି ମଜବୁତ କରାଯିବ ଏବଂ ଶ୍ରୀମତୀ ମହନ୍ତଙ୍କ ଯୋଗଦାନ ବିଜେପିକୁ ସମୃଦ୍ଧ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।