Odisha news

ବିଜେଡି ଦୁର୍ଗର ପତନ ସମୟ ଆସିଯାଇଛି : ଭର୍ତୃହରି ମହତାବ

ବିଜେପିରେ ସାମିଲ ହେବା ପରେ କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0

ଭୁବନେଶ୍ୱର,ତା.୩୧/୦୩: ବିଜେଡି ଦଳ ଆଉ ରାଜନୈତିକ ଦଳ ହୋଇ ରହିନାହିଁ । ବିଜେଡି ଦୁର୍ଗର ପତନ ସମୟ ଆସିଯାଇଛି । ଆସନ୍ତା ଜୁନ ୪ ତାରିଖ ଦିନ ଓଡିଶା ରାଜନୀତିରେ ବିରାଟ ପରିବର୍ତନ ଆସିବ । ମୋଦି ଗ୍ୟାରେଂଟିକୁ ସୁନିଶ୍ଚିତ କରିବା ପାଇଁ ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ ହେବ । ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ । ଓଡିଆ ଅସ୍ମିତା ଓ ସ୍ୱାଭୀମାନର ବିଜୟ ହେବ ବୋଲି ଦିଲ୍ଲୀଠାରେ ବିଜେପିରେ ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିବା କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବ କହିଛନ୍ତି ।
ଶ୍ରୀ ମହତାବଙ୍କୁ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ଶ୍ରୀ ମହାତାବଙ୍କୁ ଏକ ବିରାଟ ଶୋଭାଯାତ୍ରା ଜରିଆରେ ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ସଞ୍ଜୟ ପାଢ଼ୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ଅରିନ୍ଦମ ରାୟ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Nalco
Leave A Reply