କଂଗ୍ରେସର ମହିଳା ସମ୍ମାନ କେବଳ କଥାରେ ସୀମିତ : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
ଛାତ୍ରୀଙ୍କୁୂ ଯୌନ ନିର୍ଯ୍ୟାତନା ଦେଇଥିବା କଂଗ୍ରେସର ମଣିପୁର ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମଙ୍କ ପ୍ରସଙ୍ଗରେ ନୀରବତାକୁ ସମାଲୋଚନା
ମହିଳା ସମ୍ବେଦନଶୀଳ ପ୍ରସଙ୍ଗ ଓ କଂଗ୍ରେସ ସାଂସଦଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଚୁପ୍ କାହିଁକି ତାର ଜବାବ ଦିଅନ୍ତୁ
ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛନ୍ତି ମଣିପୁରର କଂଗ୍ରେସ ସାଂସଦ
ସଂସଦ ଭିତରେ ଓ ବାହାରେ ଅନେକ ଅଶୋଭନୀୟ କାର୍ଯ୍ୟ କରିଛନ୍ତି ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ ମହିଳା ପୋଲିସ କର୍ମଚାରୀଙ୍କୁ ଯେଉଁ ଭଳି ସ୍ପର୍ଶ କଲେ ଓ ଠେଲାପେଲା କଲେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି
ରାହୁଲ ଗାନ୍ଧୀ ସେଇ ବ୍ୟକ୍ତି, ଯିଏ ଗୋଟେ ହାତରେ ସମ୍ବିଧାନ ଓ ଅନ୍ୟ ହାତରେ ଫ୍ଲାଇଙ୍ଗ କିସ୍ ଦେବାରେ ବିଶ୍ୱାସ ରଖନ୍ତି
ଓଡ଼ିଶାର ଗର୍ବ ଗୌରବ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ କଂଗ୍ରେସ ନେତା
କଂଗ୍ରେସ ନେତାମାନଙ୍କ ଗୃହ ଭିତରେ ଓ ବାହାରେ ମହିଳାଙ୍କ ପ୍ରତି ଅଂସସଦୀୟ ଆଚରଣ ସେମାନଙ୍କ ପ୍ରକୃତ ମାନସିକତାକୁ ଦର୍ଶାଉଛି
ଭୁବନେଶ୍ୱର, ତା.୧୦/୧୦: ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତାଙ୍କୁ ବହିଷ୍କାର କରିଛି । ଆମ ସଂସ୍କୃତିରେ ଗୁରୁଙ୍କୁ ଭଗବାନଙ୍କ ମର୍ଯ୍ୟାଦା ଦିଆଯାଏ । ଯେଉଁ ଛାତ୍ରୀମାନଙ୍କୁ ଝିଅ ଭଳି ଦେଖିବା କଥା ସେମାନଙ୍କ ସହ ଅସଦ୍ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ । ଅକୋଇଜାମଙ୍କ ଏଭଳି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି । ଏପରି ଘୃଣ୍ୟ କାମ କରିଥିବା ପ୍ରଫେସର ବିମଲ ଅକୋଇଜାମ ଆମ ଶିକ୍ଷା ସଂସ୍କୃତିକୁ ଯେଉଁଭଳି କଳୁଷିତ କରିଛନ୍ତି ତାକୁ ଯେତେ ନିନ୍ଦା କଲେ କମ୍ ହେବ । ଏଭଳି ସମ୍ବେଦନଶୀଳ ଘଟଣାରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଚୁପ୍ କାହିଁକି ତାର ଜବାବ ଦିଅନ୍ତୁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ଡା. ବିଶ୍ୱାଳ କହିଛନ୍ତି ଯେ, ଆଜି କଂଗ୍ରେସ ପାର୍ଟି ମହିଳାଙ୍କ ପାଇଁ ସ୍ୱର ଉତୋଳନ କରୁଥିବା କହୁଛି ଏବଂ ରାହୁଲ ଗାନ୍ଧୀ ମହିଳା ସଶକ୍ତୀକରଣ କଥା କହି ଡିିଣ୍ଡିମ ପିଟୁଛନ୍ତି । ମାତ୍ର ସେମାନେ ଏତେ ବଡ ଘଟଣାରେ ଚୁପ୍ କାହିଁକି? ବାମପନ୍ଥୀ ଉଦାରବାଦୀ ଚିନ୍ତା ଧାରାର ଦ୍ୱାହି ଦେଉଥିବା ରାହୁଲ ଗାନ୍ଧୀ ଭାରତୀୟ ସଂସ୍କୃତିକୁ ଆକ୍ଷେପ କରୁଛନ୍ତି । ମନୁସଂହିତାର ସବୁ ନିୟମ ଭାଙ୍ଗି ମହିଳାମାନଙ୍କୁ ମୁକ୍ତ ହେବାକୁ ଆହ୍ୱାନ ଦେଉଥିବାବେଳେ ସେ ନିଜ ଦଳର ସାଂସଦଙ୍କ ଏଭଳି କାର୍ଯ୍ୟକଳାପ ଉପରେ ନୀରବ ରହିଛନ୍ତି । ଦଳର କେନ୍ଦ୍ର ନେତୃମଣ୍ଡଳ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ନେତୃତ୍ୱ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ । ରାହୁଲ ଗାନ୍ଧୀ ସେଇ ବ୍ୟକ୍ତି, ଯିଏ ଗୋଟେ ହାତରେ ସମ୍ବିଧାନ ଓ ଅନ୍ୟ ହାତରେ ଫ୍ଲାଇଙ୍ଗ କିସ୍ ଦେବାରେ ବିଶ୍ୱାସ ରଖନ୍ତି । କେନ୍ଦ୍ରରେ ତାଙ୍କ ସରକାର ଥିଲାବେଳେ ନିଜ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶକୁ ଚିରି ପକାଇଥିଲେ । ସଂସଦରେ ଆଖି ମାରିଲା ଭଳି ଶିଷ୍ଠାଚାର ବିରୋଧି କାର୍ଯ୍ୟ କରିଥିଲେ । ସେ କେବଳ ସଂସଦ ଭିତରେ ନୁହେଁ, ବାହାରେ ମଧ୍ୟ ଅନେକ ଅଶୋଭନୀୟ କାର୍ଯ୍ୟ କରିଥିଲେ । ଏଇ କିଛି ଦିନ ତଳେ ଆନେ୍ଦାଳନ ବେଳେ ମହିଳା ପୋଲିସ କର୍ମଚାରୀଙ୍କୁ ଯେଉଁ ଭଳି ସ୍ପର୍ଶ କଲେ ଓ ଠେଲାପେଲା କଲେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍ ଆଣିଥିବାବେଳେ କଂଗ୍ରେସ ପାର୍ଲାମେଂଟରେ ତାକୁ ବିରୋଧ କରିଥିଲା । କର୍ଣ୍ଣାଟକରେ କଂଗ୍ରେସ ସରକାର ଥିଲେ ମଧ୍ୟ ତାଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ସ୍ଥାନ ନଦେଇ ନିଜ ମହିଳା ବିରୋଧୀ ଚରିତ୍ର ପ୍ରମାଣିତ କରିଛି । ଓଡ଼ିଶାର ଗର୍ବ ଗୌରବ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅପଶବ୍ଦ ପ୍ରୟୋଗ କରି ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ସେତେବେଳେ ପ୍ରଦେଶ କଂଗ୍ରେସ ସମେତ ଭକ୍ତ ଦାସ ଚୁପ୍ ବସିଥିଲେ କାହିଁକି? କଂଗ୍ରେସ ନେତାମାନଙ୍କ ଗୃହ ଭିତରେ ଓ ବାହାରେ ମହିଳାଙ୍କ ପ୍ରତି ଅଂସସଦୀୟ ଆଚରଣ, କର୍ତବ୍ୟରତ ମହିଳା ପୋଲିସ ଅଫିସରଙ୍କ ସହ ଠେଲାପେଲା ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଭଳି ଘଟଣା ସେମାନଙ୍କ ପ୍ରକୃତ ମାନସିକତାକୁ ଦର୍ଶାଉଛି ।
ଏସବୁ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, କଂଗ୍ରେସର ମହିଳା ସମ୍ମାନ କେବଳ କଥାରେ ମାତ୍ର ବାସ୍ତବରେ କଂଗ୍ରେସ ସବୁବେଳେ ମହିଳାଙ୍କ ସମେତ ଆମ ସଂସ୍କୃତି ଓ ସଭ୍ୟତାକୁ ଅପମାନିତ କରିଛି । କିନ୍ତୁ ଭାରତୀୟ ଜନତା ପାର୍ଟି ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛି । ଦଳ ଭିତରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେଇଛି । ଏହାଛଡ଼ା ଯେଉଁଠି ମହିଳା ପ୍ରତି ଅନ୍ୟାନ୍ୟ ହେଉଛି ସେଠାରେ ପ୍ରତିବାଦ କରୁଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଡା. ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।
