Odisha news

ନେଦରଲ୍ୟାଣ୍ଡର ମହାମହିମ ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ମହାରାଣୀ ମାକ୍ସିମାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

0

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗର ପ୍ୟାଲେସ ହୁଇସ୍ ଟେନ୍ ବୋଶ୍ ଠାରେ ନେଦରଲ୍ୟାଣ୍ଡର ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ମହାରାଣୀ ମାକ୍ସିମାଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଏବଂ ନେଦରଲ୍ୟାଣ୍ଡର ମହାରାଜ ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କକୁ ମଜବୁତ କରିବା, ଯାହା ମଧ୍ୟରେ ଲୋକ-ଜନ ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ୨୦୧୯ରେ ସେମାନଙ୍କର ମହାରାଜଙ୍କ ଭାରତ ଗସ୍ତକୁ ମଧ୍ୟ ପ୍ରଶଂସାର ସହିତ ମନେ ପକାଇଥିଲେ; ସେହି ଗସ୍ତ ପାରସ୍ପରିକ ସଦ୍ଭାବନାକୁ ବୃଦ୍ଧି କରିବାରେ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ନୂତନ ଗତି ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଶିକ୍ଷା, ନବସୃଜନ, ସେମିକଣ୍ଡକ୍ଟର, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଜଳ ଏବଂ ସବୁଜ ସହଭାଗୀତା କ୍ଷେତ୍ରରେ ଚାଲିଥିବା ଦ୍ୱିପାକ୍ଷିକ ପଦକ୍ଷେପ ପ୍ରତି ନେତାମାନେ ସନ୍ତୋଷ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଭାରତ ପ୍ରତି ନେଦରଲ୍ୟାଣ୍ଡର ମହାରାଜଙ୍କ ସଦ୍ଭାବନାକୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ଗସ୍ତ ସମୟରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥ୍ୟ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ମହାରାଜ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ।

 

Govt
Leave A Reply