Odisha news

ଇରାନ ରାଷ୍ଟ୍ରପତି ଖାମନେଇ ଙ୍କ ମୃତ୍ୟୁକୁ ନେଇ ତେଜିଲା ହିଂସା 

0
ଜଳୁଛି ମଧ୍ୟ – ପ୍ରାଚ୍ୟ ,  ତେଜୁଛି ଜୁଧ ର ବିଭୀଷିକା ,  ୧୧ ଟି ଦେଶ ହୋଇ ଯାଇଛି ଧୂଆଁମୟ ,
ଇସ୍ରାଏଲ – ଆମେରିକା ର ମିଳିତ ଆକ୍ରମଣ ରେ ମଧ୍ୟ – ପ୍ରାଚ୍ୟ ର ସ୍ଥିତି ଦୋହଲିବା ରେ ଲାଗିଛି l ଏବଂ ଇରାନ ର ସୁପ୍ରିମ ଲିଡର ଖାମନେଇ ମୃତ୍ୟୁ ଘଟି ସାରିଛି l ଯାହାକୁ ନେଇ ବିଶ୍ୱର ମୁସ୍ଲିମ ଦେଶ ଗୁଡିକ ରେ ଉତେଜନା ଦେଖିବାକୁ ମିଳିଛି l ୨୮ ଫେବୃଆରୀ ରେ ଇସ୍ରାଏଲ ର ଆକ୍ରମଣ ରେ ଜୀବନ ହରାଇଛନ୍ତି ଖାମନେଇ l
ଏହାକୁ ନେଇ ପ୍ରୋ – ଇରାନ ଓ ଆଣ୍ଟି – ଇରାନ ଙ୍କ ମଧ୍ୟରେ ଅନେକ ସ୍ଥାନରେ ଉତେଜନା ଖୁବ ଅଧିକ ବୃଦ୍ଧି ପାଉଛି l ଯାହାକୁ ନେଇ କେନ୍ଦ୍ରୀୟ ମନ୍ତ୍ରଣାଳୟ ବିଶେଷ ଧ୍ୟାନ ଦେଇଛି , ଏବଂ ଯେପରି ଭାରତ ଭୂମି କୁ ନେଇ କୌଣସି ବିଦେଶୀ ରାଷ୍ଟ୍ର ଯୁଦ୍ଧ ପାଇଁ ବ୍ୟବହାର ନ କରନ୍ତୁ ତାହାକୁ ବିଶେଷ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି l ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକର ସୁରକ୍ଷା ବଢ଼ାଇ ଦିଆଯାଇଛି  l
ଭାରତ ସରକାର ଆମେରିକା ଓ ଇସ୍ରାଏଲ ଦୂତାବାସ , ବାଣିଜ୍ୟ ଦୂତାବାସ , ଇହୁଡି ସଂସ୍ଥା ଓ ବିଦେଶୀ ପର୍ଯ୍ୟଟକ ଏକାଠି ହେଉଥିବା ସ୍ଥାନ ଗୁଡିକ ରେ ସୁରକ୍ଷା କଡାକଡି କରାଯାଇଛି  l ସୁରକ୍ଷା ଏଜେନସି ମାନଙ୍କୁ ନିର୍ଦେଶ ଦିଆଯାଇଛି ଯେ ଯେପରି ଭାରତରେ କୌଣସି ଅପ୍ରୀତି କର ଘଟଣା ନଘଟେ ସେଥିପ୍ରତି ଧ୍ୟାନ ରଖିବାକୁ କୁହାଯାଇଛି l
ଏହାଛଡା ଧାର୍ମିକ ଉତ୍ସବରେ ଯେପରି କୌଣସି  ଉତେଜିତ ଭାଷଣ ଦିଆନଯାଏ ସେଥି ପ୍ରତି ପୋଲିସ ଓ ସୁରକ୍ଷା ଏଜେନସି କଡା ନଜର ରଖିଛନ୍ତି l ଜାମୁ କାଶ୍ମୀର ର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି l ଏବଂ ଏଥିପ୍ରତି ବିଶେଷ ଦୃଷ୍ଟି ରଖିବାକୁ ସୁରକ୍ଷା ଏଜେନସି ଙ୍କୁ କୁହାଯାଇଛି l
Leave A Reply