Odisha news

ବିଶିଷ୍ଟ କଳାକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ , ଓଡ଼ିଆ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

0

• ନିଜର ନିଖୁଣ ଅଭିନୟ ଓ ଗୀତିକବିତା ମାଧ୍ୟମରେ ଓଡ଼ିଶାର ଲୋକସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ
ଭୁବନେଶ୍ୱର, ଫେବୃୟାରୀ ୨୬ – ଓଡ଼ିଶାର ପାରମ୍ପରିକ ଲୋକକଳା ‘ଚଇତି ଘୋଡ଼ା ନାଚ’କୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ବିଶିଷ୍ଟ କଳାକାର ‘ପଦ୍ମଶ୍ରୀ’ ଉତ୍ସବ ଚରଣ ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ, ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।  ନିଜର ନିଖୁଣ ଅଭିନୟ, ଗୀତିକବିତା ଏବଂ ନିର୍ଦ୍ଦେଶନା ମାଧ୍ୟମରେ ସେ ଓଡ଼ିଶାର ଲୋକସଂସ୍କୃତିକୁ ସମୃଦ୍ଧ କରିବାରେ ଯେଉଁ ଅବଦାନ ରଖିଛନ୍ତି, ତାହା ଅତୁଳନୀୟ। ତାଙ୍କର ଆବର୍ତ୍ତମାନରେ ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଓଡ଼ିଶାର ଲୋକକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ତାଙ୍କର ସମର୍ପଣ ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।

ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply