ପୋଲିସ ଚାକିରୀ ଛାଡି ହେଲେ ଡ୍ରଗସ୍ ମାଫିଆ , ସାରା ବିଶ୍ୱରେ ସୃଷ୍ଟି କରିଥିଲେ ହଲଚଲ , ୧୩୬ କୋଟି ପୁରସ୍କାର ରାଶି ଆମେରିକା କରିଥିଲା ଘୋଷଣା , କିଏ ସେହି ଏଲ ମେଁଚୋ ଯାହାର ମୃତ୍ୟୁକୁ ନେଇ ମେକ୍ସିକୋ ରେ ଉତେଜନା l
ଗୁରୁବାର ଦିନ ମେକ୍ସିକୋ ର ପ୍ରସିଦ୍ଧ ଡ୍ରଗସ ମାଫିଆ ଏଲ ମେଁଚୋ ଗୋଟିଏ ସୈନ୍ୟ ଅପରେସନ ରେ ର ମୃତ୍ୟୁ ବରଣ କରିଛି , ଆମେରିକା ତା ଉପରେ ରଖିଥିଲା ୧୩୬ କୋଟି ଟଙ୍କାର ପୁରସ୍କାର ରାଶି , ନିଜେ କେବେ ନିଶା କୁ ହାତ ନ ଲଗାଇ ମଧ୍ୟ ଆମେରିକାର ସଡ଼କ କୁ ଭରି ଦେଇଥିଲା ଜହର ରେ l ଯାହାର ମୃତ୍ୟୁକୁ ନେଇ ମେକ୍ସିକୋ ରେ ଚାଲିଛି ଉତେଜନା l
ସୈନ୍ୟ ମାନେ ଲଗାତାର ଏଲ ମେଁଚୋ ପ୍ରେମିକା ଉପରେ ନଜର ରଖି ଆସୁଥିଲେ , ଏବଂ ତାର ସମସ୍ତ କାର୍ଯ୍ୟ ଉପରେ ନଜର ରଖି ମୋବାଇଲ ନମ୍ବର କୁ ଟ୍ରାକ କରି ଏଲ ମାନ୍ଚୋ ଥିବା ସ୍ଥାନ କୁ ଚାରିପଟରୁ ଘେରି ଯାଇଥିଲେ ଓ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇ ଏଲ ମାନ୍ଚୋ ଓ ତାର ୮ ଜଣ ସାଥୀ ଏହି ଘଟଣା ରେ ମୃତ ହୋଇଥିଲେ l ଏଲ ମାନ୍ଚୋ ର ମୃତ୍ୟୁ ରେ ମେକ୍ସିକୋ ର ଅନେକ ସହର ରେ ଉତେଜନା ଦେଖା ଦେଇଛି l
କିନ୍ତୁ ଏହି ଏଲ ମେଁଚୋ କିଏ ? ଯାହାକୁ ନେଇ ଆମେରିକା ଘୋଷଣା କରିଥିଲା ୧୩୬ କୋଟି ର ପୁରସ୍କାର ରାଶି l ୧୯୬୬ ଜୁଲାଇ ୧୭ ରେ ମେକ୍ସିକ ରେ ଜନ୍ମ ନେଇଥିଲା ଡ୍ରଗସ ମାଫିଆ ଏଲ ମେଁଚୋ , ତାର ପିତାମାତା ଏଭାକୋଡା କ୍ଷେତ ରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ , ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବା ପରେ ଏଲ ମେଁଚୋ ପାଠ ଛାଡି ନିଜ ମା ବାପା ମା ଙ୍କ ସହ ଏଭାକୋଡା ଖେତରେ କାମ କରିବାକୁ ଲାଗିଲା l
ଗରିବି ରୁ ରକ୍ଷା ପାଇବା ପାଇଁ ଏଲ ମେଁଚୋ ମେକ୍ସିକ ର ଟିଜୁଆନା ସହର ଚାଲି ଯାଇଥିଲା , ଯାହାର ସୀମା ଆମେରିକାର ସୀମା କୁ ଲାଗିଥିଲା , ସେଠାକୁ ସେ ଯାଇ ଡ୍ରଗସ କାରବାର ରେ ସାମିଲ ହୋଇ ଯାଇଥଲା l ଏଠାରୁ ସେ ଆମେରିକା ର କାର୍ଲିଫର୍ନିଆ ଚାଲି ଯାଇଥିଲା , ଏବଂ ୧୯୯୨ ରେ ଡ୍ରଗସ ତସ୍କରି ମାମଲା ରେ ଗିରଫ ହୋଇ ଜେଲ ରେ ବନ୍ଦ ଥିଲା , ୧୯୯୭ ରେ ଜେଲ ରୁ ବାହାରିବା ପରେ ମେଁଚୋ କୁ
ମେକ୍ସିକୋ ପଠାଇ ଦିଆଯାଇଥିଲା l
ଏହାପରେ ସେ ମେକ୍ସିକ ରେ ପୋଲିସ ଜଏନ କରିଥିଲା ଓ ଡ୍ରଗସ ମାଫିଆ ଙ୍କ ସହ ସମ୍ପର୍କ ମଜବୁତ କରିଥିଲା , ଏହାପରେ ସେ ଚାକିରୀ ଛାଡି ମେକ୍ସିକ ର ଗୋଟିଏ ବଡ଼ ଡ୍ରଗସ ମାଫିଆ ଗ୍ୟାଙ୍ଗ ମିଳିନିୟୋ କାଣ୍ଟେଲ ରେ ସାମିଲ ହୋଇଥିଲା ଲ
୨୦୧୦ ରେ ମେଁଚୋ ନିଜର ଡ୍ରଗସ କମ୍ପାନୀ ଜେଲିସ୍କ ନିୟୁ ଜେନେରେସନ କାଣ୍ଟେଲ ତିଆରି କରିଲା ଓ ଏହି ଗ୍ରୁପ ଆମେରିକା , କାନାଡ଼ା ଓ ଅଷ୍ଟ୍ରେଲିଆ ରେ ଡ୍ରଗସ ତସ୍କରି ଆରମ୍ଭ କରିଥିଲା , ଏହା ସହିତ ଝିଅ ଧନ୍ଦା , ହତ୍ୟା ସବୁକିଛି ଆରମ୍ଭ କରିଥିଲା l
୨୦୧୪ ରୁ ଆମେରିକା ମଧ୍ୟ ଅନେକ ଦଫା ଲଗାଇ ଏଲ ମେଁଚୋ ଉପରେ କେଶ ଦାୟର କଲା , ଏବଂ ୨୦୨୪ ରେ ଦେଢ଼ କୋଟି ଡଲାର ର ପୁରସ୍କାର ଘୋଷଣା କରିଥିଲା l ଯାହା ଭାରତୀୟ ମୁଦ୍ରା ରେ ୧୩୬ କୋଟି l ଆମେରିକା ର୫୦ ଟି ରାଜ୍ୟରେ କୋକିନ , ଡ୍ରଗସ ସପ୍ଲାଇ କରୁଥିଲା l ଯାହାକୁ ନେଇ ଆମେରିକା ଏଲ ମେଁଚୋ ଉପରେ ପୁରସ୍କାର ଘୋଷଣା କରିଥିଲା l